କନ୍ଧମାଳକୁ ଫେରିଲା ଶୀତ, ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ

ବାଲିଗୁଡ଼ି (ଅଜିତ ନାୟକ): କିଛି ଦିନ ଧରି ରାଜ୍ୟରେ କୋହଲା ପାଗ ଜାରି ରହିବା ପରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଛି। ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି ଓ ଶୀତର ମାତ୍ରା ବଢ଼ିଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାକୁ ପୁଣି ଥଣ୍ଡା ଫେରିଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀକୁ ଖସି ଆସିଛି। ଫଳରେ ଆଜି ସକାଳେ ଦାରିଙ୍ଗବାଡ଼ି ଓ ଏହାର ଆଖପାଖ […]

cold

Jitendra Garnayak
  • Published: Wednesday, 30 January 2019
  • , Updated: 30 January 2019, 10:03 AM IST

ବାଲିଗୁଡ଼ି (ଅଜିତ ନାୟକ): କିଛି ଦିନ ଧରି ରାଜ୍ୟରେ କୋହଲା ପାଗ ଜାରି ରହିବା ପରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଛି। ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି ଓ ଶୀତର ମାତ୍ରା ବଢ଼ିଛି।

କନ୍ଧମାଳ ଜିଲ୍ଲାରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାକୁ ପୁଣି ଥଣ୍ଡା ଫେରିଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀକୁ ଖସି ଆସିଛି। ଫଳରେ ଆଜି ସକାଳେ ଦାରିଙ୍ଗବାଡ଼ି ଓ ଏହାର ଆଖପାଖ ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଗ୍ରୀନବାଡ଼ି, ଲାଇନ୍‌ପଡ଼ା, ସାରିଙ୍ଗୀଇର୍ପି,ବି.ଡକେବାଡି ଓ କିଲାବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଥିଲା।

ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ମାସ ଆରମ୍ଭରେ ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା। ଡିସେମ୍ବର ୩୦ ତାରିଖରେ ଏଠାରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିଥିଲା। ସେହିପରି ଡିସେମ୍ବର ୩୧ ତାରିଖରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୨.୮ ଡିଗ୍ରୀ ହୋଇଯାଇଥିଲା। ସେତେବେଳେ ବି ଏ ଅଞ୍ଚଳରେ ତୁଷାରପାତ ହୋଇଥିଲା।

Related story