ଆଜିଠୁ ୩ଦିନ ହାଡ଼ଭଙ୍ଗା ଶୀତ: ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଏଥିପାଇଁ ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ଆରଡିସି, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର […]

cold-wave-delhi

cold-wave-delhi

Tapas Behera
  • Published: Tuesday, 22 December 2020
  • Updated: 22 December 2020, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଏଥିପାଇଁ ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ଆରଡିସି, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବଙ୍କୁ ଚିଠି ଲେଖି ରାଜ୍ୟରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ନେଇ ସୂଚନା ଦେବା ସହ ପରିସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଶୀତ ଯୋଗୁ ପ୍ରାଣୀସମ୍ପଦ ଓ ସାଧାରଣ ଲୋକଙ୍କ ମଧ୍ୟରେ ଶୀତଜନିତ ଅସୁସ୍ଥତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେମାନେ ବେଶୀ ପ୍ରଭାବିତ ମଧ୍ୟ ହେବେ। ୨୩ତାରିଖରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ଯଥା- ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ସମେତ ବରଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଦେବଗଡ଼ ଓ କଟକରେ ଲୋକମାନଙ୍କୁ ଶୀତରୁ ବର୍ତ୍ତିବା ପାଇଁ ଘରଭିତରେ ରାତିରେ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି। ସେହିପରି ୨୪ତାରିଖରେ ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡି ସମେତ ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ବରଗଡ଼, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ୨୫ତାରିଖରେ ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲା ନିମନ୍ତେ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ରାତିରେ ଦୁଇଚକିଆ ଯାନ ଓ ଖୋଲା କାରରେ ଯାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି। ଶୀତରୁ ରକ୍ଷା ପାଇବା ପାଇଁ ଇଲେକ୍ଟ୍ରିକାଲ ଓ ଗ୍ୟାସ ହିଟର ଡିଭାଇସ୍ ଅବା ପୁଣି ନିଆଁ ଉପଯୋଗ କରିବାକୁ କୁହାଯାଇଛି। ସେହିପରି ଗାଈଗୋରୁମାନଙ୍କୁ ଗୁହାଳ ଭିତରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଛି।

ବାସହରା ଓ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କୁ ରାତିରେ ଆଶ୍ରୟ ଦେବା ନିମନ୍ତେ ସ୍କୁଲ କୋଠା, କମ୍ୟୁନିଟି କୋଠା ଓ ଅନ୍ୟ କୋଠାଗୁଡ଼ିକୁ ଖୋଲିବା ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ ଏଭଳି ବ୍ୟବସ୍ଥା କରିବା ନିମନ୍ତେ ରିଲିଫ କମିଶନର ପୂର୍ବରୁ ଗତ ନଭେମ୍ବର ୧୧ତାରିଖରେ ବି ନିର୍ଦ୍ଦେଶ ଜାରି କରିଥିଲେ। ଶୀତଦିନ ସରିବା ପର୍ଯ୍ୟନ୍ତ ଏସବୁ ଆଶ୍ରୟସ୍ଥଳୀରେ ରାତିରେ କେତେ ଲୋକ ଆଶ୍ରୟ ନେଇଛନ୍ତି ତାହା ଦୈନିକ ଭିତ୍ତିରେ ଜଣାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଶୀତ ଋତୁରେ ଲୋକମାନେ କ’ଣ କରିବା ଉଚିତ୍ ଅବା ଅନୁଚିତ୍ ସେ ନେଇ ଆବଶ୍ୟକ ସଚେତନତା ଅଭିଯାନ ଚଳାଇବାକୁ ମଧ୍ୟ ରିଲିଫ କମିଶନର ପରାମର୍ଶ ଦେଇଛନ୍ତି। ଏଭଳି ବ୍ୟବସ୍ଥା ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story