ଆହୁରି ୪୮ ଘଣ୍ଟା ରହିବ ଶୀତ: କନ୍ଧମାଳ ଓ ଅନୁଗୋଳ ଅଧିକ ଥରୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ହେଲାଣି ରାଜ୍ୟରେ ପୁଣି ଶୀତ ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସି ଯାଇଥିବା ବେଳେ ଆହୁରି ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତର ଲହରୀ ଜାରି ରହିବ। ଏଥିନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୋଲ୍ଡ ୱେଭ୍ କଣ୍ଡିସନ୍ ଜାରି କରାଯାଇଛି। ପ୍ରଥମ ଦିନରେ ଉତ୍ତର-ଦକ୍ଷିଣ ଓଡ଼ିଶାରେ କୋଲ୍ଡ ୱେଭ୍ କଣ୍ଡିସନ୍‌ ଜାରି କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ […]

winter

Jitendra Garnayak
  • Published: Thursday, 31 January 2019
  • , Updated: 31 January 2019, 02:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ହେଲାଣି ରାଜ୍ୟରେ ପୁଣି ଶୀତ ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସି ଯାଇଥିବା ବେଳେ ଆହୁରି ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତର ଲହରୀ ଜାରି ରହିବ। ଏଥିନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୋଲ୍ଡ ୱେଭ୍ କଣ୍ଡିସନ୍ ଜାରି କରାଯାଇଛି।

ପ୍ରଥମ ଦିନରେ ଉତ୍ତର-ଦକ୍ଷିଣ ଓଡ଼ିଶାରେ କୋଲ୍ଡ ୱେଭ୍ କଣ୍ଡିସନ୍‌ ଜାରି କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ପୂରା ଦକ୍ଷିଣ ଓଡ଼ିଶାରେ ଏହି ସତର୍କ ସୂଚନା ଜାରି କରାଯାଇଛି। ରାତିରେ ସ୍ୱାଭାବିକ ତାପମାତ୍ରା ହ୍ରାସ ପାଉଥିବାରୁ ପୁଣି ଶୀତ ଲହରୀ ଅନୁଭୂତ ହେଉଛି।

ଆଜି ଅନୁଗୋଳ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସି ଯାଇଥିଲା। ଗତକାଲି ଦାରିଙ୍ଗବାଡ଼ି ଓ ଏହାର ଆଖପାଖ ଅଞ୍ଚଳରେ ତୁଷାରପାତ ହୋଇଥିଲା।

Related story