କନ୍ଧମାଳ (ଓଡ଼ିଶା ରିପୋର୍ଟର): ହାଡ ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଜିଲ୍ଲାରେ ପ୍ରବଳ ଥଣ୍ଡା ଯୋଗୁଁ ହାତ ଗୋଡ କାଲୁଆ ହୋଇଯାଉଛି । ଗତ ଦୁଇ ଦିନ ହେବ କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିଅସ ତଳେ ରହିଥିବା ରେକର୍ଡ କରାଯାଇଛି। ସେହିପରି ସଦର ମହକୁମା ଫୁଲବାଣୀରେ ଗତ ଦୁଇ ଦିନ ହେଲାଣି ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିଅସ ରହିଛି । ଫଳରେ ଲୋକେ ଘରୁ ବାହାରବା ମୁସକିଲ ହୋଇପଡିଛି ।
ସେପଟେ ଫୁଲବାଣୀରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଆଜି ଫୁଲବାଣୀ ସହରରେ ତୁଷାରପାତ ହୋଇଛି । ସକାଳୁ ସକାଳୁ ଗାଡିଗୁଡିକରେ ତୁଷାର ଜମି ରହିଥିବା ଦେଖିବାକୁ ମିଳିଛି । ରାତିରେ ହାଡ ଭଙ୍ଗା ଶୀତ ହେଉଥିବା ବେଳେ ସାକଳ ପ୍ରାୟ ୯ଟାରୁ ୧୦ଟା ଯାଏଁ ଥଣ୍ଡା ଅନୁଭତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁଥିବା ମଧ୍ୟ ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।