୧୧ ଜିଲ୍ଲାରେ ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ଅବସରରେ ୧୮ଟି ଜିଲ୍ଲାରେ ମନ୍ତ୍ରୀ ଓ ୧୧ଟି ଜିଲ୍ଲାରେ ଜିଲ୍ଲାପାଳମାନେ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ, ଉତ୍ତରାଞ୍ଚଳ ଆରଡିସି ରାଉରକେଲାରେ ଓ ଦକ୍ଷିଣାଞ୍ଚଳ ଆରଡିସି ବ୍ରହ୍ମପୁରରେ ଅଭିବାଦନ ଗ୍ରହଣ କରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି। ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଜପତି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ନୟାଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲାପାଳମାନେ ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ମନ୍ତ୍ରୀମାନେ ପରେଡ୍ […]

indian-flag

indian-flag

Ordigital Desk
  • Published: Sunday, 12 August 2018
  • Updated: 12 August 2018, 11:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ଅବସରରେ ୧୮ଟି ଜିଲ୍ଲାରେ ମନ୍ତ୍ରୀ ଓ ୧୧ଟି ଜିଲ୍ଲାରେ ଜିଲ୍ଲାପାଳମାନେ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ, ଉତ୍ତରାଞ୍ଚଳ ଆରଡିସି ରାଉରକେଲାରେ ଓ ଦକ୍ଷିଣାଞ୍ଚଳ ଆରଡିସି ବ୍ରହ୍ମପୁରରେ ଅଭିବାଦନ ଗ୍ରହଣ କରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।

ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଜପତି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ନୟାଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲାପାଳମାନେ ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ମନ୍ତ୍ରୀମାନେ ପରେଡ୍ ଅଭିବାଦନ କରିବେ।

କେବଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ କୌଣସି ଜିଲ୍ଲାକୁ ପଠାଯାଇ ନାହିଁ।

କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ

ବିକ୍ରମ କେଶରୀ ଆରୁଖ ବାଲେଶ୍ୱରରେ ପତାକା ଉତ୍ତଳନ କରିବାକୁ ଥିବା ବେଳେ ପ୍ରଦୀପ ମହାରଥୀ ମୟୂରଭଞ୍ଜରେ, ଉଷା ଦେବୀ ବରଗଡ଼ରେ, ବଦ୍ରି ନାରାୟଣ ପାତ୍ର ଯାଜପୁରରେ, ସୁର୍ଯ୍ୟନାରାୟଣ ପାତ୍ର ରାୟଗଡ଼ାରେ ପତାକା ଉତ୍ତୋଳନ କରିବେ।

ସେହିପରି ନିରଞ୍ଜନ ପୂଜାରୀ କଳାହାଣ୍ଡି, ପ୍ରଫୁଲ୍ଲ ସାମଲ କନ୍ଧମାଳ, ମହେଶ୍ୱର ମହାନ୍ତି ଗଞ୍ଜାମ, ଶଶୀଭୂଷଣ ବେହେରା କଟକ, ପ୍ରଦୀପ ଜେନା ଅନୁଗୋଳ, ପ୍ରଫୁଲ୍ଲ କୁମାର ମଲ୍ଲିକ ବଲାଙ୍ଗିରରେ ପତାକା ଉତ୍ତୋଳନ କରିବେ।

ରମେଶ ଚନ୍ଦ୍ର ମାଝି ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡା ପୁରି, ସ୍ନେହାଙ୍ଗିନୀ ଛୁରିଆ ବରଗଡ଼, ନୃସିଂହଚରଣ ସାହୁ ସମ୍ବଲପୁର, ଅନନ୍ତ ଦାସ କେନ୍ଦୁଝର, ସୁଶାନ୍ତି ସିଂହ ସୁନ୍ଦରଗଡ଼, ଚନ୍ଦ୍ରସାରଥୀ ବେହେରା ମାଲକାନଗିରିରେ ପତାକା ଉତ୍ତୋଳନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos