ରାଜଧାନୀ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା

ଭୁବନେଶ୍ୱର: ରାଜଧାନୀ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଆଶାୟୀ ପ୍ରାର୍ଥୀଙ୍କୁ କିଛି ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କ ନାଁ ବିଶ୍ୱଜିତ୍ ସ୍ୱାଇଁ। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଖଣ୍ଡଗିରି ଥାନାରେ ବିଶ୍ୱଜିତ୍ ଏତଲା ଦେଇଛନ୍ତି। ତାଙ୍କୁ କିଛି ଅଣଛାତ୍ର ମାରଣାସ୍ତ୍ର ଦେଖାଇ ବାଡେଇବା ସହିତ ନିର୍ବାଚନରେ ଠିଆ ହେଲେ […]

Rakesh Mallick
  • Published: Saturday, 09 September 2017
  • , Updated: 09 September 2017, 01:27 PM IST

ଭୁବନେଶ୍ୱର: ରାଜଧାନୀ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଆଶାୟୀ ପ୍ରାର୍ଥୀଙ୍କୁ କିଛି ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କ ନାଁ ବିଶ୍ୱଜିତ୍ ସ୍ୱାଇଁ। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏ ନେଇ ଖଣ୍ଡଗିରି ଥାନାରେ ବିଶ୍ୱଜିତ୍ ଏତଲା ଦେଇଛନ୍ତି। ତାଙ୍କୁ କିଛି ଅଣଛାତ୍ର ମାରଣାସ୍ତ୍ର ଦେଖାଇ ବାଡେଇବା ସହିତ ନିର୍ବାଚନରେ ଠିଆ ହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବିଶ୍ୱଜିତ୍ ଏତଲାରେ ଉଲ୍ଲେଖ କରିଛନ୍ତି।

Related story