ବଳାତ୍କାର କଲା, ଛୁରି ଦେଖାଇ କହିଲା….

Ordigital Desk
  • Published: Tuesday, 27 March 2018
  • , Updated: 27 March 2018, 05:57 PM IST
<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): &ldquo;ସବୁ ସୀମା ଟପିଗଲା। ଏକତରଫା ପ୍ରେମ ନିବେଦନ କରି ଫେଲ୍&zwnj; ମାରିବାରୁ କଲେଜରୁ ଏକୁଟିଆ ଫେରୁଥିବା ମୋତେ ଉଠାଇ ନେଇ ବଳାତ୍କାର କଲା। ପରେ ଛୁରି ଦେଖାଇ ଲଙ୍ଗଳା ଫଟୋ ଉଠାଇ ଏବେ ବ୍ଲକମେଲ୍&zwnj; କରୁଛି। କହୁଛି, ବାହା ନହେଲେ ଭାଇରାଲ କରିଦେବି।&rdquo; ଏମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନାକୁ। ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ପରେ ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।</p> <p>ଘଟଣାଟି ଏମିତି। ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ପ୍ରତିଦିନ କେନ୍ଦ୍ରପଡ଼ାକୁ ପଢ଼ିବାକୁ ଆସନ୍ତି। କଲେଜ ଯିବା ଆସିବା ବେଳେ ଅଙ୍ଗୁଳା ଛକରେ ଜଣେ ଯୁବକ ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରୁଥିଲା। ମାତ୍ର ଏହାକୁ ଛାତ୍ରୀ ଜଣକ ଧ୍ୟାନ ଦେଉ ନ ଥିଲା। କିନ୍ତୁ ଗତ ଜାନୁଆରୀ ୨୪ ତାରିଖରେ ସବୁ ସୀମା ପାର୍&zwnj; କଲା ସମ୍ପୃକ୍ତ ଯୁବକ। ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ତାକୁ ଅପହରଣ କରିନେଲା। ଏକ ନିଛାଟିଆ ରାସ୍ତାରେ ବଳାତ୍କାର କଲା। ଏପରିକି ଛାତ୍ରୀଙ୍କ ଲଙ୍ଗଳା ଫଟୋ ଉଠାଇବାକୁ ଚାହିଁଥିଲା। ମାତ୍ର ଛାତ୍ରୀ ଜଣକ ରାଜି ନ ହେବାରୁ ଛୁରି ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଲା। ତଥାପି ଛାତ୍ରୀ ଜଣକ ରାଜି ହୋଇ ନ ଥିଲା। ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ, ଛାତୀଙ୍କୁ ପାଖରେ ଥିବା ଗାଡ଼ିଆକୁ ଠେଲି ଦେଇଥିଲା। ଏହା ସତ୍ତ୍ୱେ ଛାତ୍ରୀ ଜଣକ ରାଜି ହୋଇ ନ ଥିଲେ। ପରେ ଛାତ୍ରୀଙ୍କୁ ପାଣିରେ ବୁଡାଇ ମାରିଦେବାକୁ ଉଦ୍ୟମ କରିଥିଲା। ଶେଷରେ ଭୟଭୀତ ହୋଇ ଛାତ୍ରୀ ଜଣକ ଲଙ୍ଗଳା ଫଟୋ ଉଠାଇବାକୁ ସୁଯୋଗ ଦେଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲା। ସେହି ଭୟରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ କାହାକୁ କିଛି କହି ନ ଥିଲେ। କିଛି ଦିନର ନୀରବତା ପରେ ଏବେ ଛାତ୍ରୀଙ୍କୁ ବାହା ହେବା ପାଇଁ ଅଡି ବସିଛି ସମ୍ପୃକ୍ତ ଯୁବକ। ସେଥିପାଇଁ ଦେଖା କରିବାକୁ ବାରମ୍ୱାର ଡାକୁଛି। ମାତ୍ର ଛତ୍ରୀ ଜଣକ ରାଜି ନ ହେବାରୁ ଉଠାଇଥିବା ଲଙ୍ଗଳା ଫଟୋ ଭାଇରାଲ କରିଦେବାକୁ ଧମକ ଦେଉଛି।</p> <p>ଏନେଇ ଛାତ୍ରୀ ଜଣକ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀମାଇନା କରିଛି। ଏହାର ପଛରେ ରହିଥିବା ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।</p>

Related story