ମାମୁଙ୍କ ଗାଁରେ ଚାଲିଗଲା ଜୀବନ

ଯାଜପୁର (ଗୁଲାମ ଗସ୍‌): ମାମୁ ଘର ଗାଁ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଘୁନାଥପୁର ଗାଁରେ। ମୃତ ଛାତ୍ରଙ୍କ ନାଁ ସତ୍ୟବ୍ରତ ବଳ (୧୮)। ତାଙ୍କ ଘର କମାଗଡ଼ ଗାଁରେ। ତାଙ୍କ ବାପାଙ୍କ ନାଁ କ୍ଷୀରୋଦ ବଳ। ସତ୍ୟବ୍ରତ ଯୁକ୍ତ ୨ରେ ପାଠ ପଢ଼ୁଥିଲେ। ଲକ୍ଷ୍ମୀ ପୂଜା ପାଇଁ ସେ ମାମୁ ଘରକୁ ଯାଇଥିଲେ। ଆଜି ସକାଳେ […]

deadbody2

Jitendra Garnayak
  • Published: Tuesday, 15 October 2019
  • , Updated: 15 October 2019, 03:19 PM IST

ଯାଜପୁର (ଗୁଲାମ ଗସ୍‌): ମାମୁ ଘର ଗାଁ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଘୁନାଥପୁର ଗାଁରେ। ମୃତ ଛାତ୍ରଙ୍କ ନାଁ ସତ୍ୟବ୍ରତ ବଳ (୧୮)। ତାଙ୍କ ଘର କମାଗଡ଼ ଗାଁରେ। ତାଙ୍କ ବାପାଙ୍କ ନାଁ କ୍ଷୀରୋଦ ବଳ।

ସତ୍ୟବ୍ରତ ଯୁକ୍ତ ୨ରେ ପାଠ ପଢ଼ୁଥିଲେ। ଲକ୍ଷ୍ମୀ ପୂଜା ପାଇଁ ସେ ମାମୁ ଘରକୁ ଯାଇଥିଲେ। ଆଜି ସକାଳେ ପୋଖରୀରେ ଗାଧୋଇବା ବେଳେ ସେ ହଠାତ୍ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଗାଁ ଲୋକେ ଡକାଡକି ହୋଇ ତାଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଧର୍ମଶାଳା ମେଡିକାଲ୍‌କୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୁଲିସ୍ ସେଠାରେ ପହଞ୍ଚିଥିଲା। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲା।

Related story