ଖାଲିପଡ଼ିଛି ବହୁ ଅଧ୍ୟାପକ ପଦବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଧ୍ୟାପକ ମରୁଡି। ରାଜ୍ୟର ପ୍ରାୟ ୮୦୦ ଡିଗ୍ରୀ କଲେଜ ରେ ୧୬,୦୦୦ ଅଧ୍ୟାପକ ରହିବା କଥା। ମାତ୍ର ଏସବୁ କଲେଜରେ ପ୍ରାୟ ୪,୦୦୦ ଅଧ୍ୟାପକ ପଦବୀ ଖାଲି ପଡିଛି। ଆସନ୍ତା ତିନି ବର୍ଷରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ଅବସର ଗ୍ରହଣ କରିବେ। ମାତ୍ର ସରକାର ସେହି ଅନୁପାତରେ ଅଧ୍ୟାପକ ନିଯୁକ୍ତ କରୁନାହାଁନ୍ତି। ତେଣୁ ଖୁବ ଶୀଘ୍ର ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ କରାଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

degree college vacant6

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 09:00 PM IST

Related story