କଲେଜ ଖୋଲିବନି, ଅନଲାଇନରେ ହେବ ୟୁଜି-ପିଜି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨-୩ମାସ ମଧ୍ୟରେ ରାଜ୍ୟରେ କୋଭିଡ-୧୯ ମହାମାରୀର ତୃତୀୟ ଲହର ଆସିବାର ଆଶଙ୍କା ଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଉଭୟ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ୩ରାଉଣ୍ଡ ଧରି ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନଙ୍କ […]

10th Board Exam

10th Board Exam

Ordigital Desk
  • Published: Monday, 28 June 2021
  • Updated: 28 June 2021, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨-୩ମାସ ମଧ୍ୟରେ ରାଜ୍ୟରେ କୋଭିଡ-୧୯ ମହାମାରୀର ତୃତୀୟ ଲହର ଆସିବାର ଆଶଙ୍କା ଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଉଭୟ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ୩ରାଉଣ୍ଡ ଧରି ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନଙ୍କ ସହ ବିଚାରବିମର୍ଶ ପରେ ବିଭାଗ ପକ୍ଷରୁ ଆଜି ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ତେବେ ଅନ୍ୟ ଶ୍ରେଣୀର କ୍ଲାସ୍ ପ୍ରମୋସନ୍ ଅବା ସେମିଷ୍ଟାର ପରୀକ୍ଷା କେବେ ହେବ ସେ ନିଷ୍ପତ୍ତି ପରେ ନିଆଯିବ ବୋଲି ବିଭାଗ କହିଛି।

ଆଜି ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ୨୦୨୦-୨୧ ଶିକ୍ଷା ବର୍ଷରେ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମିଶ୍ର ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, କରୋନା ମହାମାରୀ ଯୋଗୁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୨୦୨୦-୨୧ ଶିକ୍ଷା ବର୍ଷରେ ୟୁଜି ଓ ପିଜି ଶେଷବର୍ଷର ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ପରୀକ୍ଷା ଦେଇନଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାରେ ପାସ୍ କରିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନଲାଇନ୍ ମୋଡରେ ଶିକ୍ଷାଦାନ ଜାରି ରହିଛି। ଯଦିଓ ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି କିନ୍ତୁ ଆସନ୍ତା ୨-୩ମାସ ମଧ୍ୟରେ ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲି ଶ୍ରେଣୀଗୃହରେ ସେମାନଙ୍କୁ ପାଠ ପଢ଼ାଇବା ଅବା ଖାତା-କଲମରେ ସେମାନଙ୍କର ପରୀକ୍ଷା କରାଇବା ସମ୍ଭବପର ନୁହେଁ। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀମାନେ ଚଳିତମାସ ୧୨, ୧୮ ଓ ୨୫ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନଙ୍କ ସହ ବିଚାରବିମର୍ଶ କରିବା ପରେ ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଓ ପିଜି ଛାତ୍ରଛାତ୍ରୀମାନେ ଯେଭଳି ନିର୍ଦ୍ଧାରିତ ଅବଧିରେ ପରୀକ୍ଷା ଦେଇ ପାସ୍ କରିବେ ତାହା ସୁନିଶ୍ଚିତ କରିବାକୁ ସମସ୍ତଙ୍କ ସମ୍ମତିରେ କେତେକ ନିଷ୍ପତ୍ତି ନିଆଯାଇଛି।

୨୦୨୦-୨୧ ଶିକ୍ଷା ବର୍ଷର ଯୁକ୍ତ ତିନି ଶେଷବର୍ଷ ଓ ପିଜି ଶେଷବର୍ଷର ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ/ଅଗଷ୍ଟ ମାସରେ ଅନଲାଇନ୍ ମୋଡରେ ପରୀକ୍ଷା ଦେବେ । ସେମାନଙ୍କର ପରୀକ୍ଷା ଫଳ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରକାଶ ପାଇବ। ଯେଉଁମାନଙ୍କର ବ୍ୟାକପେପର ଥିବ ସେମାନେ ଅନଲାଇନରେ ଜୁଲାଇ/ଅଗଷ୍ଟରେ ପରୀକ୍ଷା ଦେବେ। ପରୀକ୍ଷା କେବେ ହେବ ତାହା ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ସ୍ଥିର କରିବେ। ଛାତ୍ରଛାତ୍ରୀମାନେ ନିଜ ଘରୁ ଅବା ସେମାନଙ୍କୁ ସୁହାଇବା ଭଳି ଯେକୌଣସି ସ୍ଥାନରୁ ଅନଲାଇନ୍ ମୋଡରେ ପରୀକ୍ଷାରେ ସାମିଲ ହୋଇପାରିବେ। ସେମାନଙ୍କ ସୁବିଧା ପାଇଁ ନିଜ ଘର ପାଖରେ ଥିବା ଡିଗ୍ରୀ କଲେଜରୁ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ୍ ମୋଡରେ ପରୀକ୍ଷା ଦେଇପାରିବେ। ଅନଲାଇନ୍ ମୋଡରେ ପରୀକ୍ଷା କିଭଳି ହେବ, କ’ଣ ତାର ମାନଦଣ୍ଡ ରହିବ ସେ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇ ଦିଆଯିବ । ଛାତ୍ରଛାତ୍ରୀମାନେ  ଜୁଲାଇ ମଧ୍ୟଭାଗରୁ ଶେଷ ପର୍ଯ୍ୟନ୍ତ ଅନଲାଇନ ମୋଡରେ କ୍ଲାସ୍ କରି ନିଜ ନିଜ ବିଷୟକୁ ନେଇ ମନରେ ଥିବା ସଂଶୟ ଦୂର କରିପାରିବେ।

ଅନଲାଇନ୍ ପରୀକ୍ଷାର ସୁପରିଚାଳନା ନିମନ୍ତେ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକମାନେ ନିଜ ଛାତ୍ରଛାତ୍ରୀଙ୍କ ଏକ ଗ୍ରୁପ୍ କରି ସେମାନଙ୍କର ମେଣ୍ଟର ହେବେ। ଟେଲିଫୋନ୍ ଅବା ଅନ୍ୟ ଯେକୌଣସି ଉପାୟରେ ଏହି ଗ୍ରୁପ୍ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ଅଧ୍ୟାପକମାନେ ସେମାନଙ୍କୁ ଅନଲାଇନ୍ ମୋଡ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଇବେ। କେଉଁ ଗ୍ରୁପରେ କେତେ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କର ମେଣ୍ଟର ଭାବେ କେଉଁ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି ସେ ସଂକ୍ରାନ୍ତ ତଥ୍ୟ ଜୁନ୍ ୩୦ତାରିଖ ସୁଦ୍ଧା କଲେଜ ଓ ବିଶ୍ୱବିଦ୍ୟାଳୟ ୱେବସାଇଟରେ ଉପଲବ୍ଧ କରାଇବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୟୁଜି ଶେଷ ସେମିଷ୍ଟାର ରେଗୁଲାର ଓ ବ୍ୟାକ୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଜୁଲାଇ ୨ରୁ ୧୩ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ବ୍ୟାକ ପରୀକ୍ଷା ଲାଗି ଫର୍ମପୂରଣ ଜୁଲାଇ ୧୨ରୁ ୨୨ ମଧ୍ୟରେ କରାଯିବ।
ସେହିପରି ବ୍ୟାକ ପେପର ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୨୪ରୁ ଅଗଷ୍ଟ ୪ ମଧ୍ୟରେ ଓ ଥିଓରି ପରୀକ୍ଷା ଅଗଷ୍ଟ ୧୩ରୁ ୨୮ମଧ୍ୟରେ ହେବ। ଅଗଷ୍ଟ ୨ରୁ  ସେପ୍ଟେମ୍ବର ୬ତାରିଖ ମଧ୍ୟରେ ମୂଲ୍ୟାୟନ କରାଯାଇ ସେପ୍ଟେମ୍ବର ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story