ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଥାନା ଗୁଣମାମୁଡ଼ି ଗାଁ ପାଖରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି। ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ସପରେଶନ ବେଳେ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି। ଗୋଟିଏ ଆଇଇଡି ବିସ୍ଫୋରକ, ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୩୨ଟି ଡିଟୋନେଟର, ରେଡିଓ, ନକ୍ସଲ ପୋଷାକ, କିଟ ବ୍ୟାଗ ଜବତ ହୋଇଛି। ଗୁଣମାମୁଡ଼ି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା ଜାଣିବା ପରେ ସୁରକ୍ଷା କର୍ମୀମାନେ […]

naxal

naxal

Manoranjan Sial
  • Published: Wednesday, 28 October 2020
  • Updated: 28 October 2020, 01:56 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଥାନା ଗୁଣମାମୁଡ଼ି ଗାଁ ପାଖରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି। ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ସପରେଶନ ବେଳେ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି। ଗୋଟିଏ ଆଇଇଡି ବିସ୍ଫୋରକ, ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୩୨ଟି ଡିଟୋନେଟର, ରେଡିଓ, ନକ୍ସଲ ପୋଷାକ, କିଟ ବ୍ୟାଗ ଜବତ ହୋଇଛି।

ଗୁଣମାମୁଡ଼ି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା ଜାଣିବା ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେଶନରେ ଯାଇଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ଯବାନ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ଶେଷରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ପରେ ସୁରକ୍ଷା କର୍ମୀମାନେ ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos