କାହିଁକି ବନ୍ଦ ହେଲା ଆଶୀର୍ବାଦ ଯୋଜନା ? ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ଖବର ନାହିଁ

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) କାହିଁକି ବନ୍ଦ ହେଲା ଆଶୀର୍ବାଦ ଯୋଜନା ?  ଏନେଇ  ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ଖବର ନାହିଁ । ଆଶୀର୍ବାଦ ଯୋଜନା ପୁନଃଚାଲୁ ପାଇଁ ବିଚାର କରିବାକୁ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି। ତେବେ କେଉଁ କାରଣରୁ ସ୍କିମ ବନ୍ଦ ହୋଇଛି, କ’ଣ ଚିନ୍ତା କରି ସରକାର ସ୍କିମ ବନ୍ଦ କରିଛନ୍ତି ସେନେଇ ସରକାରଙ୍କ ସହ ଆଲୋଚନା କରିବା […]

corona

Tapas Behera
  • Published: Thursday, 16 September 2021
  • , Updated: 16 September 2021, 09:15 PM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) କାହିଁକି ବନ୍ଦ ହେଲା ଆଶୀର୍ବାଦ ଯୋଜନା ?  ଏନେଇ  ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ଖବର ନାହିଁ । ଆଶୀର୍ବାଦ ଯୋଜନା ପୁନଃଚାଲୁ ପାଇଁ ବିଚାର କରିବାକୁ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି। ତେବେ କେଉଁ କାରଣରୁ ସ୍କିମ ବନ୍ଦ ହୋଇଛି, କ’ଣ ଚିନ୍ତା କରି ସରକାର ସ୍କିମ ବନ୍ଦ କରିଛନ୍ତି ସେନେଇ ସରକାରଙ୍କ ସହ ଆଲୋଚନା କରିବା ପରେ ଏନେଇ ସୁପାରିଶ କରାଯିବ ବୋଲି କହିଛନ୍ତି ସଂଧ୍ୟାବତୀ । ତେବେ ସେପ୍ଟେମ୍ବର ୧୫ ସୁଦ୍ଧା ଯେଉଁ ପିଲାମାନେ ଅନାଥ ହୋଇଛନ୍ତି, ସେମାନେ ଆଶୀର୍ବାଦ ଯୋଜନାର ଫାଇଦା ପାଇବେ । ଏବେ ଯେଉଁମାନେ ପିତାମାତାଙ୍କୁ ହରାଇବେ ସେମାନେ ଶିଶୁ ନିରାପତ୍ତା ସ୍କିମରେ ସାମିଲ ହେବେ।

ସେମାନେ ମାସିକ ଆର୍ଥିକ ସହାୟତା ପାଇବେ ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ, ୩ ମାସ ଭିତରେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ବନ୍ଦ ହୋଇଛି। ଗତ ଜୁନ୍ ୨୦ରେ କୋଭିଡ୍‌ରେ ଅନାଥ ଶିଶୁଙ୍କ କଲ୍ୟାଣ ପାଇଁ ଆଶୀର୍ବାଦ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ସେପ୍ଟେମ୍ବେର ୧୩ରେ ମହିଳା ଓ ଶିଶୁ ବିକାଶ  ବିଭାଗ, ସବୁ ଜିଲ୍ଲାପାଳମାନଙ୍କୁ ଲେଖିଥିଲେ ଚିଠି। ଯେଉଁଥିରେ କୁହାଯାଇଛି, କୋଭିଡ୍‌ରେ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ଆଉ ଏହି ସ୍କିମ୍‌ରେ ସାମିଲ କରନାହିଁ । ସେହିଭଳି ପିଲାମାନଙ୍କୁ ଏଣିକି ଚାଇଲ୍ଡ ପ୍ରୋଟେକସନ୍ ସ୍କିମ୍‌ରେ ସାମିଲ କରିବାକୁ କୁହଯାଇଛି ।

ଆଶୀର୍ବାଦ ଯୋଜନାରେ କୋଭିଡ୍‌ରେ ଅନାଥ ଶିଶୁଙ୍କୁ ମାସିକ ୨୫ ଶହ ଟଙ୍କା, ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମା ଜଣଙ୍କୁ ହରାଇଥିଲେ ମାସକୁ ୧୫ ଶହ ଟଙ୍କା, ଶିଶୁ ସୁରକ୍ଷା ପ୍ରତିଷ୍ଠାନରେ ରହିଲେ ମାସକୁ ୧ ହଜାର ଟଙ୍କା ସହାୟତା ସହ ଅନ୍ୟାନ୍ୟ ସୁବିଧା ଯୋଗଇ ଦେବାକୁ ବ୍ୟବସ୍ଥା ଥିଲା । ତେବେ ଏହି ସ୍କିମ୍ ହଠାତ୍ ବନ୍ଦ ହୋଇଯିବା ନେଇ ଉଠିଛି ପ୍ରଶ୍ନ  ।  ୨୦୨୦ ଏପ୍ରିଲ୍ ୧ରୁ ଗତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୨୩୧ ଜଣ ଶିଶୁ ଉଭୟ ବାପା ଓ ମାଙ୍କୁ ହରାଇଥିବା ବେଳେ ୨୩ ହଜାର ୬୫୪ ଜଣ ବାପା କିମ୍ବା ମାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ।

Related story