କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ କମିଶନରଙ୍କ ଅପିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଅପିଲ୍ କରିଛନ୍ତି‌। ମାର୍କେଟ୍ ଗୁଡ଼ିକରେ ଅନ୍‌ଲକ -୩ ଗାଇଡଲାଇନ୍‌ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱରରେ ବସ୍ତି ସଂକ୍ରମଣ ପ୍ରସଙ୍ଗରେ କମିଶନର ଶ୍ରୀ ଚୌଧୁରୀ କହିଛନ୍ତି-“ରାଜଧାନୀରେ ବସ୍ତିରେ ସଂକ୍ରମଣ ରୋକିବାକୁ ଅଭିଯାନ ଚାଲିଛି। ଲୋକଙ୍କୁ ସଚେତନ କରିବାକୁ କୋଭିଡ୍ ସଚେତକଙ୍କୁ ସାମିଲ କରାଯାଇଛି। […]

bmc

Manoranjan Sial
  • Published: Saturday, 01 August 2020
  • , Updated: 01 August 2020, 04:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଅପିଲ୍ କରିଛନ୍ତି‌। ମାର୍କେଟ୍ ଗୁଡ଼ିକରେ ଅନ୍‌ଲକ -୩ ଗାଇଡଲାଇନ୍‌ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱରରେ ବସ୍ତି ସଂକ୍ରମଣ ପ୍ରସଙ୍ଗରେ କମିଶନର ଶ୍ରୀ ଚୌଧୁରୀ କହିଛନ୍ତି-“ରାଜଧାନୀରେ ବସ୍ତିରେ ସଂକ୍ରମଣ ରୋକିବାକୁ ଅଭିଯାନ ଚାଲିଛି। ଲୋକଙ୍କୁ ସଚେତନ କରିବାକୁ କୋଭିଡ୍ ସଚେତକଙ୍କୁ ସାମିଲ କରାଯାଇଛି। ବସ୍ତି ଉନ୍ନୟନ କମିଟି ମାଧ୍ୟମରେ ମଧ୍ୟ ସଂକ୍ରମଣ ରୋକିବାକୁ ପ୍ରୟାସ ଚାଲିଛି।”

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨୭୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୩୩ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୨୮୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story