ସିପିଙ୍କ ନୂଆ ଟିମ୍‌, ଏଣିକୁ ଏହି କ୍ଷେତ୍ରରୁ ଝିଅମାନେ ହେବେ ସ୍ପେଶାଲ ପୁଲିସ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜରୁ ବିଶ୍ୱବିଦ୍ୟାଳୟ, ଆଇଟିରୁ କର୍ପୋରେଟ ସେକ୍ଟର। ଏଣିକି ଏସବୁ କ୍ଷେତ୍ରର ମହିଳା ହେବେ ସ୍ପେଶାଲ ପୁଲିସ ଅଫିସର (ଏସ୍‌ପିଓ)। କର୍ମକ୍ଷେତ୍ର ହେଉ ଅବା କଲେଜ କାମ୍ପସ୍‌ ବା ରାସ୍ତାକଡ ମହିଳାଙ୍କୁ ଅସଦାଚରଣ କରୁଥିବା ନଜର ଆସିଲେ ପୁଲିସକୁ ଖବର ଦେବେ ଏସ୍‌ପିଓ। ମହିଳାଙ୍କୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ଆରମ୍ଭ କରିବାକୁ ଯାଉଛି ଏସ୍‌ପିଓ। ଏଥିପାଇଁ ୪୧ଟି ଅନୁଷ୍ଠାନକୁ କମିଶନରେଟ୍‌ ପୁଲିସ ତରଫରୁ ଚିଠି ଲେଖାଯାଇଛି। ଦୁଇରୁ ଅଧିକ ଅନୁଷ୍ଠାନ ତରଫରୁ ଏଥିପାଇଁ ସହମତି […]

woman-sefty-in-bhubaneswar

Manoranjan Sial
  • Published: Monday, 16 December 2019
  • , Updated: 16 December 2019, 08:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜରୁ ବିଶ୍ୱବିଦ୍ୟାଳୟ, ଆଇଟିରୁ କର୍ପୋରେଟ ସେକ୍ଟର। ଏଣିକି ଏସବୁ କ୍ଷେତ୍ରର ମହିଳା ହେବେ ସ୍ପେଶାଲ ପୁଲିସ ଅଫିସର (ଏସ୍‌ପିଓ)। କର୍ମକ୍ଷେତ୍ର ହେଉ ଅବା କଲେଜ କାମ୍ପସ୍‌ ବା ରାସ୍ତାକଡ ମହିଳାଙ୍କୁ ଅସଦାଚରଣ କରୁଥିବା ନଜର ଆସିଲେ ପୁଲିସକୁ ଖବର ଦେବେ ଏସ୍‌ପିଓ। ମହିଳାଙ୍କୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ଆରମ୍ଭ କରିବାକୁ ଯାଉଛି ଏସ୍‌ପିଓ। ଏଥିପାଇଁ ୪୧ଟି ଅନୁଷ୍ଠାନକୁ କମିଶନରେଟ୍‌ ପୁଲିସ ତରଫରୁ ଚିଠି ଲେଖାଯାଇଛି। ଦୁଇରୁ ଅଧିକ ଅନୁଷ୍ଠାନ ତରଫରୁ ଏଥିପାଇଁ ସହମତି ମିଳିଛି। କର୍ମକ୍ଷେତ୍ରରେ କିମ୍ବା ଶିକ୍ଷାନୁଷ୍ଠାନରେ ମହିଳା ଅସଦାଚରଣର ଶିକାର ହେଲେ, ସଂପୃକ୍ତ ମହିଳା ଅବା  ଯୁବତୀ ସେହି ଅନୁଷ୍ଠାନର ଏସ୍‌ପିଓଙ୍କୁ ଘଟଣା ସଂପର୍କରେ ଅବଗତ କରାଇବେ। ଏହାପରେ ଏସପିଓଙ୍କ ଜରିଆରେ ପୁଲିସ ସିଧାସଳଖ ଆକସନ ନେବ। ତେବେ କେଉଁମାନେ ଏସପିଓ ହେବେ ଏଥିପାଇଁ  ଅନୁଷ୍ଠାନ ତରଫରୁ ତାଲିକା ଦିଆଯିବ। ପରେ କମିଶନରେଟ ପୁଲିସ ସେମାନଙ୍କୁ ଟ୍ରେନିଂ ଦେବ ବୋଲି ପୁଲିସ କମିଶନର ସୁଧାଂଶୁ ଷଢଙ୍ଗୀ କହିଛନ୍ତି।

ପୂର୍ବରୁ ରସୁଲଗଡ ଜିଜିପି କଲୋନିରେ ଯୁବତୀଙ୍କୁ ରୋଡ୍‌ ରୋମିଓ ହଇରାଣ ହରକତ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣଙ୍କ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ପୁଲିସ ଉକ୍ତ ଯୁବତୀଙ୍କୁ ଏସ୍‌ପିଓ ପାଇଁ ପ୍ରସ୍ତାବ ଦେଇଥିଲା। ସେହିପରି କରାଟେକା ଚିନ୍ମୟ ଭୂୟାଁଙ୍କଠାରୁ ସ୍ନାଚିଂ କରି ଖସି ପଳାଉଥିବା ଉପରାଧିଙ୍କୁ ଗୋଡାଇ ଗୋଡାଇ ଧରିବା ସହ ସେମାନଙ୍କୁ ନିର୍ଦ୍ଧୁମ ଛେଚିଥିଲେ। ସେ ମଧ୍ୟ ଏସପିଓ ହେବାସହ ସ୍କୁଲ, କଲେଜରେ ଟ୍ରେନିଂ ଦେଉଥିଲେ। ସେପଟେ କମିଶନରେଟ ପୁଲିସର ଏଭଳି ପଦକ୍ଷେପକୁ କଲେଜ ଛାତ୍ରୀ ସ୍ୱାଗତ କରିଛନ୍ତି।

Related story