ଆଗୁଆ ଜାମିନ ଆବେଦନ ଶୁଣାଣି ପୂର୍ବରୁ ବନ୍ଧା ହେଲେ ଜଗବନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୁଲିସ୍‌ । କିଛି ଦିନର ନୀରବତା ପରେ ଆଜି ପୁଣି ନେଇଛି କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ  ଗିରଫ କରିଛି। ପ୍ରଥମେ ହନିଟ୍ରାପ୍‌ରେ ଫସାଇ ପରେ ବ୍ଲାକମେଲ୍‌ କରି ମାଲେମାଲ ହୋଇଥିବା ଅର୍ଚ୍ଚନାଙ୍କୁ ଗତ ୭ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଗିରଫଦାରୀ ପାଇଁ […]

jgabandhu

jgabandhu

Niharika Rout
  • Published: Friday, 21 October 2022
  • Updated: 21 October 2022, 01:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୁଲିସ୍‌ । କିଛି ଦିନର ନୀରବତା ପରେ ଆଜି ପୁଣି ନେଇଛି କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ  ଗିରଫ କରିଛି।

ପ୍ରଥମେ ହନିଟ୍ରାପ୍‌ରେ ଫସାଇ ପରେ ବ୍ଲାକମେଲ୍‌ କରି ମାଲେମାଲ ହୋଇଥିବା ଅର୍ଚ୍ଚନାଙ୍କୁ ଗତ ୭ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଗିରଫଦାରୀ ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଆଜି ସକାଳେ ତାକୁ ସତ୍ୟବିହାର ଘରୁ ଉଠାଇ ନେଇଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରିବା ପରେ ମଧ୍ୟାହ୍ନ ସମୟରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।

ଆଜି ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେଇ ପୁଲିସ୍‌ ଅଟକ ରଖିଥିବା ବେଳେ ପୂର୍ବାହ୍ନ ୧୧ଟା ୪୭ ମିନିଟ୍‌ରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଜଗବନ୍ଧୁଙ୍କ ଓକିଲ । ଗତକାଲି ଜାମିନ ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ରରେ ଦସ୍ତଖତ କରିସାରିଥିଲେ ଜଗବନ୍ଧୁ ।

ଆଜି ସେହି ଅନୁଯାୟୀ ତାଙ୍କ ଓକିଲ ହାଇକୋର୍ଟକୁ ଯାଇ ଜାମିନ୍ ଆବେଦନ କରିଥିଲେ । ୧୧ଟା ୪୭ ମିନିଟ୍‌ରେ ଜାମିନ୍ ଆବେଦନ ଫାଇଲ୍ କରିଥିଲେ, ହେଲେ ତା’ ପୂର୍ବରୁ ଜଗବନ୍ଧୁଙ୍କୁ ଗିରଫ ଦର୍ଶାଇଦେଲା କମିଶନରେଟ ପୁଲିସ୍‌। ତେଣୁ ଜଗବନ୍ଧୁ ଆଗୁଆ ଜାମିନ ପାଇଯିବା ଆଶଙ୍କାରେ  ଆଜି ସକାଳୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସତ୍ୟବିହାର ଘରୁ ପୁଲିସ୍‌ ଉଠାଇନେଇଥିବା କୁହାଯାଉଛି।

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କ ବିରୋଧରେ ଯେଉଁ ସବୁ ୧୬ଟି ଦଫା ଲାଗିଛି, ସମାନ ୧୬ଟି ଦଫା ଲାଗିଛି ସ୍ୱାମୀ ଜଗବନ୍ଧୁଙ୍କ ବିରୋଧରେ । ପୂର୍ବରୁ ଜଗବନ୍ଧୁକୁ ପୁଲିସ୍‌ କେବଳ ପଚରାଉଚରା କରି ଛାଡ଼ିଦେଇଥିଲା । ତେବେ ୧୬ଟି ସଂଗୀନ ଦଫା ଲଗାଇ ଅର୍ଚ୍ଚନାକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲେ ସୁଦ୍ଧା କାହିଁକି ଜଗବନ୍ଧୁ ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ ? ଏତେଦିନ ଧରି କେଉଁଠି ଥିଲା ଜଗବନ୍ଧୁ ?

ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁକୁ ହଠାତ୍ ଘରୁ ଉଠାଇ ଆଣି ଗିରଫ କରିବା ପଛର ରହସ୍ୟ କଣ ବୋଲି ଚର୍ଚ୍ଚା ଜୋର ଧରିଛି ।  ୧୫ ଦିନ ବାହାରେ ରହି ଖୁଲମଖୁଲା ବୁଲୁଥିବା ଜଗବନ୍ଧୁ  ବହୁ ପ୍ରମାଣ ନଷ୍ଟ କରିବା  ଆଶଙ୍କାକୁ ଏଡ଼ାଇବି ହେବନି ।  ସମାନ ୧୬ଟି ଦଫା ଲାଗିଥିବା ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ରଙ୍କର ଏବେ ସୁଦ୍ଧା କୌଣସି ଖୋଜଖବର ନାହିଁ । ଏବେ ଏଭଳି ନାନା ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ କମିଶନରେଟ ପୁଲିସ୍‌ର ଭୂମିକା ସନ୍ଦେହ ଘେରକୁ ଚାଲି ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos