ଚିତା କାଟୁଥିଲେ 744-000-6709ରେ ଫୋନ କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 744-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି କେହି ଫୋନ୍‌ କରି ହଇରାଣ ହରକତ କରୁଥିବ, ତାହେଲେ ଏ ସମ୍ପର୍କରେ ହେଲ୍‌ପ ଡେସ୍କକୁ ଜଣାଇ ପାରିବେ। ହେଲେ ଠକେଇର ୧ ଘଣ୍ଟା ମଧ୍ୟରେ ହେଲପ୍‌ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭିକ ଭାବେ ଜଣେ ସବ୍‌ ଇନ୍ସପେକ୍ଟ ଓ […]

sudhansu

Manoranjan Sial
  • Published: Thursday, 07 January 2021
  • , Updated: 07 January 2021, 07:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 744-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି କେହି ଫୋନ୍‌ କରି ହଇରାଣ ହରକତ କରୁଥିବ, ତାହେଲେ ଏ ସମ୍ପର୍କରେ ହେଲ୍‌ପ ଡେସ୍କକୁ ଜଣାଇ ପାରିବେ। ହେଲେ ଠକେଇର ୧ ଘଣ୍ଟା ମଧ୍ୟରେ ହେଲପ୍‌ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭିକ ଭାବେ ଜଣେ ସବ୍‌ ଇନ୍ସପେକ୍ଟ ଓ ୭ ଜଣ କନଷ୍ଟେବଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ସୂଚନାରୁ ପ୍ରକାଶ, ବର୍ତ୍ତମାନ ସମୟରେ ରାଜ୍ୟରେ ସାଇବର ଠକେଇ ବଢ଼ି ଚାଲିଛି। କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ ନକରି ଆଖି ପିଛୁଳାକେ ଗାଏବ ହୋଇଯାଇଥିଲା ୭୧ ହଜାର ଟଙ୍କା। ଏପରି ଠକାମୀରେ ଶିକାର ହୋଇଥିଲେ ଭୁବନେଶ୍ୱରର ମନୋଜ ବାଡ଼ତ୍ୟା। ନଭେମ୍ବର ୧୧ ଭୋର ୩ଟାରୁ ୪ଟା ଭିତରେ ମନୋଜଙ୍କ ୨ଟି ବ୍ୟାଙ୍କ କ୍ରେଡିଟ୍‌ କାର୍ଡରୁ ହୋଇଥିଲା ୭୧ ହଜାର ଟଙ୍କାର ଏକାଧିକ ବେନାମୀ ସପିଂ। ଏସମସ୍ତ ଟ୍ରାଞ୍ଜାକ୍ସନ ଆମାଜନ ପେ’ ଇଣ୍ଡିଆ ସହିତ ହୋଇଥିବା ଜଣାପଡ଼ିଛି।

କେବଳ ମନୋଜ ନୁହେଁ ପ୍ରତିଦିନ ଏମିତି ବହୁ ଠକେଇ ହେଉଛି। ସାଇବର ଠକମାନେ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଏନେଇ ଅଭିଯୋଗ ହେଲେ ମଧ୍ୟ ପୁଲିସ ନା ଅଭିଯୁକ୍ତଙ୍କୁ ଧରିପାରୁଛି, ଠକେଇର ପର୍ଦ୍ଦାଫାସ କରିପାରୁଛି। ଏବେ ସେମାନଙ୍କ ଉପରେ ଲକ୍ଷ୍ୟ ରଖିବା ପାଇଁ କମିଶନରେଟ୍‌ ପୁଲିସ ଏକ ହେଲ୍‌ପ ଲାଇନ୍‌ ନମ୍ୱର ଜାରି କରିଛି।

Related story