ପୋଲିସ୍‌ ଚାହୁଁନି ଗ୍ୟାଙ୍ଗଷ୍ଟର ଖୋଲାରେ ବୁଲନ୍ତୁ, ପ‍ଢ଼ନ୍ତୁ କ’ଣ କହିଲେ ଖୁରାନିଆ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ଆବେଦନ କରାଯିବ। ଜାମିନ ଖାରଜ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ଆବେଦନ କରାଯିବ। ପୋଲିସ କମିଶନର ୱାଇ. ବି. ଖୁରାନିଆ ଏହି ସୂଚନା ଦେଇଛନ୍ତି।  ଏନେଇ ଆଇନ ବିଶାରଦଙ୍କ ପରାମର୍ଶ ଲୋଡ଼ାଯିବ। ହାଇକୋର୍ଟରୁ ଡକ୍ୟୁମେଣ୍ଟ ମିଳିବା ପରେ ଆବେଦନ ହେବ ବୋଲି କମିଶନର କହିଛନ୍ତି। ଗତକାଲି ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜା ଆଚର୍ଯ୍ୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ପୂର୍ବରୁ ସମସ୍ତ […]

tgg

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 02:34 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ଆବେଦନ କରାଯିବ। ଜାମିନ ଖାରଜ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ଆବେଦନ କରାଯିବ। ପୋଲିସ କମିଶନର ୱାଇ. ବି. ଖୁରାନିଆ ଏହି ସୂଚନା ଦେଇଛନ୍ତି।  ଏନେଇ ଆଇନ ବିଶାରଦଙ୍କ ପରାମର୍ଶ ଲୋଡ଼ାଯିବ। ହାଇକୋର୍ଟରୁ ଡକ୍ୟୁମେଣ୍ଟ ମିଳିବା ପରେ ଆବେଦନ ହେବ ବୋଲି କମିଶନର କହିଛନ୍ତି।

ଗତକାଲି ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜା ଆଚର୍ଯ୍ୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ପୂର୍ବରୁ ସମସ୍ତ ମାମଲାରେ ଆଚାର୍ଯ୍ୟଙ୍କୁ ଜାମିନ ମିଳିସାରିଥିବା ଫଳରେ ସେ ଜେଲରୁ ମୁକୁଳିବା ଏକପ୍ରକାର ସ୍ପଷ୍ଟ ହୋଇଥିବା ରାଜାଙ୍କ ଓକିଲ କହିଥିଲେ।

 

Related story