ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଏଣିକି ମିଳିବ ଇ-ଲାଇସେନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି ନିମନ୍ତେ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବନି। କରୋନା ମହାମାରୀ ସମୟରେ ଗହଳି ରୋକିବାକୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଆଜିଠୁ ଲାଗୁ କରିଛି ଇ-ଲାଇସେନ୍ସ ବ୍ୟବସ୍ଥା। ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ଆଦି  କାର୍ଯ୍ୟ ସମ୍ପାଦାନ ନିମନ୍ତେ ଜନସାଧାରଣଙ୍କୁ ଏଣିକି ଅନଲାଇନରେ ମିଳିବ ଅନୁମତି। କମିଶନରେଟ୍ ପୁଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା। କମିଶନରେଟ୍‌ ପୁଲିସ୍‌ର ଅଫିସିଆଲ୍ ୱେବସାଇଟରେ ଏନେଇ ଆବେଦନ କରିବାକୁ ପଡ଼ିବ। […]

Marriage

Marriage

Niharika Rout
  • Published: Tuesday, 18 May 2021
  • Updated: 18 May 2021, 10:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି ନିମନ୍ତେ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବନି। କରୋନା ମହାମାରୀ ସମୟରେ ଗହଳି ରୋକିବାକୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଆଜିଠୁ ଲାଗୁ କରିଛି ଇ-ଲାଇସେନ୍ସ ବ୍ୟବସ୍ଥା।

ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ଆଦି  କାର୍ଯ୍ୟ ସମ୍ପାଦାନ ନିମନ୍ତେ ଜନସାଧାରଣଙ୍କୁ ଏଣିକି ଅନଲାଇନରେ ମିଳିବ ଅନୁମତି। କମିଶନରେଟ୍ ପୁଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା।

କମିଶନରେଟ୍‌ ପୁଲିସ୍‌ର ଅଫିସିଆଲ୍ ୱେବସାଇଟରେ ଏନେଇ ଆବେଦନ କରିବାକୁ ପଡ଼ିବ। ୭୨ ଘଣ୍ଟା ପୂର୍ବରୁ ଏଥିପାଇଁ ଆବେଦନ କରି ଆବଶ୍ୟକ ସୂଚନା ପୂରଣ କରିବାକୁ ପଡ଼ିବ। ଆବେଦନ ମଞ୍ଜୁର ହେବା ପରେ ମୋବାଇଲକୁ ଆସିବ SMS। ଏହାକୁ ଇ-ପରମିସନ୍ ଭାବେ ବ୍ୟବହାର କରାଯାଇପାରିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରରେ ଲାଗୁୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos