ଲୁଟ୍‌ କରି ଚମ୍ପଟ ମାରୁଥିଲେ, ଧରା ପଡ଼ିଗଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଲୁଟ୍‌ ଯୋଜନାରେ ବ୍ୟାଙ୍କକୁ ଯାଇଥିଲେ। ସୁଯୋଗ ଦେଖି ସେଠାରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମଧ୍ୟ ମାରିଲେ। ହେଲେ ସେଠାରୁ ଫେରାର ହେଉଥିବା ସମୟରେ  ଘଟିଲା ଦୁର୍ଘଟଣା। ଏହାପରେ ନିର୍ଦ୍ଦୂମ ଛେଚି ସ୍ଥାନୀୟ ଲୋକେ ପୁଲିସ୍‌ ଜିମା ଦେଲେ । ଏପରି ଘଟଣା  ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଯୁବକଦ୍ୱୟ ରୁପ୍ସା ଅଞ୍ଚଳର ଏକ ବ୍ୟାଙ୍କ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ବାଇକ୍‌ରେ […]

loot-1-1

Niharika Rout
  • Published: Sunday, 17 November 2019
  • , Updated: 17 November 2019, 10:04 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଲୁଟ୍‌ ଯୋଜନାରେ ବ୍ୟାଙ୍କକୁ ଯାଇଥିଲେ। ସୁଯୋଗ ଦେଖି ସେଠାରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମଧ୍ୟ ମାରିଲେ। ହେଲେ ସେଠାରୁ ଫେରାର ହେଉଥିବା ସମୟରେ  ଘଟିଲା ଦୁର୍ଘଟଣା। ଏହାପରେ ନିର୍ଦ୍ଦୂମ ଛେଚି ସ୍ଥାନୀୟ ଲୋକେ ପୁଲିସ୍‌ ଜିମା ଦେଲେ । ଏପରି ଘଟଣା  ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ହୋଇଥିବା ଜଣାଯାଇଛି।

ଯୁବକଦ୍ୱୟ ରୁପ୍ସା ଅଞ୍ଚଳର ଏକ ବ୍ୟାଙ୍କ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ବାଇକ୍‌ରେ ପଳାଉଥିଲେ । ଏହି ସମୟରେ ଏକ ହମ୍ପସ୍‌ରେ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଦୋକାନରେ ଧକ୍କା ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ ୨ ଯୁବକଙ୍କୁ ଛେଚିବା ପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ।

ଉକ୍ତ ଯୁବକଦ୍ୱୟଙ୍କଠାରୁ ଲୁଟ୍‌ ହୋଇଥିବା ୨୦ ହଜାର ଟଙ୍କା ସହ ଏକ କଟୁରୀ ମଧ୍ୟ ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନ ମାଲିକ ଅଜିତ କୁମାର ହାତି ରୁପ୍ସା ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ୨ ଅଭିଯୁକ୍ତ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

Related story