ବାଉରୀ ଯୋର ସେତୁ ଉପରେ ୧୦ ଫୁଟ୍ ଉଚ୍ଚର ପାଣି; ଯୋଗାଯୋଗ ବିଚ୍ଛିନ୍ନ
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷାରେ ମହାନଦୀ ଓ ତେଲନଦୀ ଫୁଲିବାରେ ଲାଗିଛି। ଫଳରେ ପିତାମହୁଲ ସ୍ଥିତ ବାଉରୀ ଯୋର ସେତୁ ଉପରେ ୧୦ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ସୋନପୁର-ରେଢ଼ାଖୋଲ, ସୋନପୁର-ଆଠମଲ୍ଳିକ ଏବଂ ସୋନପୁର-ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦେଶୀ ଡଙ୍ଗା ସାହାଯ୍ୟରେ ଲୋକମାନେ ବାଉରୀ ଯୋର ପାରିହେଉଥିବା ଦେଖିବାକୁ ମିଳିଛି। ଏଥିସହ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷାରେ ମହାନଦୀ ଓ ତେଲନଦୀ ଫୁଲିବାରେ ଲାଗିଛି। ଫଳରେ ପିତାମହୁଲ ସ୍ଥିତ ବାଉରୀ ଯୋର ସେତୁ ଉପରେ ୧୦ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ସୋନପୁର-ରେଢ଼ାଖୋଲ, ସୋନପୁର-ଆଠମଲ୍ଳିକ ଏବଂ ସୋନପୁର-ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଦେଶୀ ଡଙ୍ଗା ସାହାଯ୍ୟରେ ଲୋକମାନେ ବାଉରୀ ଯୋର ପାରିହେଉଥିବା ଦେଖିବାକୁ ମିଳିଛି। ଏଥିସହ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।