‘କଟକରେ ହେଲାଣି ଗୋଷ୍ଠୀ ସଂକ୍ରମଣ, ଖୁବ୍‌ ଶୀଘ୍ର ଆସିବ ପିକ୍‌’

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂକ୍ରମଣ ଏବେ ପିକ୍‌ମୁହାଁ ଥିବା ବେଳେ ସିଲିଭର ସିଟି କଟକରେ ବି ବଢ଼ି ଚାଲିଛି ପଜିଟିଭ ସଂଖ୍ୟା। ଗତକିଛି ଦିନ ଧରି ଦୈନିକ ଏହି ଜିଲ୍ଲାରୁ ୮୦୦, ୯୦୦ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଡେଇଁଛି। କଟକ ଜିଲ୍ଲାରୁ ଆଜି କେବଳ ୧୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ନୋଡାଲ […]

corona

corona

Niharika Rout
  • Published: Saturday, 08 May 2021
  • Updated: 08 May 2021, 03:29 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂକ୍ରମଣ ଏବେ ପିକ୍‌ମୁହାଁ ଥିବା ବେଳେ ସିଲିଭର ସିଟି କଟକରେ ବି ବଢ଼ି ଚାଲିଛି ପଜିଟିଭ ସଂଖ୍ୟା। ଗତକିଛି ଦିନ ଧରି ଦୈନିକ ଏହି ଜିଲ୍ଲାରୁ ୮୦୦, ୯୦୦ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଡେଇଁଛି। କଟକ ଜିଲ୍ଲାରୁ ଆଜି କେବଳ ୧୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ନୋଡାଲ ଅଧିକାରୀ ଉମେଶ ରାୟ । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏପରି ଆଶଙ୍କା କରାଯାଉଥିବା ବେଳେ ICMR ବୈଜ୍ଞାନିକମାନେ ଏହା ସ୍ଥିର କରିବେ ବୋଲି ସେ କହିଛନ୍ତି।

ଏହାବ୍ୟତୀତ କଟକ ନୋଡ଼ାଲ ଅଫିସର କହିଛନ୍ତି, କଟକରେ କିଛି ଦିନ ଧରି ପଜିଟିଭ ସଂଖ୍ୟା ପାଖାପାଖି ରହୁଥିବାରୁ  ଫ୍ଲାର୍ଟନିଙ୍ଗ ଷ୍ଟେଜରେ ଥିବାର ଅନୁମାନ କରାଯାଉଥିଲ। ମାତ୍ର ଏହା ହଠାତ୍‌ ବଢ଼ି ଏବେ  ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୫ରୁ ୬ ଦିନ ଭିତରେ ସଂକ୍ରମଣ ପିକ୍‌କୁ ଆସିଯିବ, ତା’ ପରେ ଖସିବ ବୋଲି ଅନୁମାନ କରାଯାଉଛି। ମୁଖ୍ୟତଃ ଯେଉଁମାନେ ବାହାରୁ ଫେରୁଛନ୍ତି ସେମାନେ ସଂକ୍ରମଣକୁ ବଢ଼ାଇ ଦେଉଥିବା କହିଛନ୍ତି ନୋଡ଼ାଲ ଅଫିସର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos