ରାଗ ଶୁଝାଉଛି ଶିକ୍ଷା ବିଭାଗ, ସାମ୍ବାଦିକଙ୍କ ନାଁରେ ଅଭିଯୋଗ

କାମାକ୍ଷାନଗର(ବିଦ୍ୟାଧର ବରାଳ):  ସରକାରୀ ସ୍କୁଲରେ ଚାଲିଥିବା ବିପର୍ଯ୍ୟସ୍ତ ପାଠପଢ଼ାର ନଗ୍ନ ଚିତ୍ର ପଦାକୁ ପକାଇଥିବା ସାମ୍ବାଦିକଙ୍କ ଉପରେ ରାଗ ଶୁଝାଇବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବା ବେଳେ ନିଜ ଦୋଷ ତ୍ରୁଟି ସୁଧାରିବା ବଦଳରେ ଏହି ଖବର ପ୍ରସାରଣ କରିଥିବା ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ। ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଏନେଇ ଗତ ୮ ତାରିଖରେ ଅଭିଯୋଗ କରିଛନ୍ତି। […]

school

school

Niharika Rout
  • Published: Monday, 11 July 2022
  • Updated: 11 July 2022, 01:11 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ):  ସରକାରୀ ସ୍କୁଲରେ ଚାଲିଥିବା ବିପର୍ଯ୍ୟସ୍ତ ପାଠପଢ଼ାର ନଗ୍ନ ଚିତ୍ର ପଦାକୁ ପକାଇଥିବା ସାମ୍ବାଦିକଙ୍କ ଉପରେ ରାଗ ଶୁଝାଇବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବା ବେଳେ ନିଜ ଦୋଷ ତ୍ରୁଟି ସୁଧାରିବା ବଦଳରେ ଏହି ଖବର ପ୍ରସାରଣ କରିଥିବା ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ। ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଏନେଇ ଗତ ୮ ତାରିଖରେ ଅଭିଯୋଗ କରିଛନ୍ତି।

ଯେଉଁ ସାମ୍ବାଦିକଙ୍କ ଖବର ପ୍ରସାରଣ ପରେ ସ୍କୁଲ୍‌କୁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ପଠାଯାଇ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ। ଏବେ ତାଙ୍କ ବିରୋଧରେ ବିନା ଅନୁମତିରେ କ୍ଳାସ୍ ରୁମ୍‌ରେ ପଶିଥିବାରୁ ଏତଲା ହୋଇଛି।

ଜୟପୁରା କାଟେଣୀ ୟୁପି ସ୍କୁଲର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ଅଭିଭାବକଙ୍କ ଅଭିଯୋଗ ପାଇବା ପରେ ଓଟିଭିର କାମାକ୍ଷାନଗର ପ୍ରତିନିଧି ସ୍କୁଲକୁ ଯାଇଥିଲେ। କେବଳ ଏତିକି ନୁହେଁ; ଶିକ୍ଷକ, ଛାତ୍ର ଓ ଅଭିଭାବକଙ୍କ ପ୍ରତିକ୍ରିୟା ସଂଗ୍ରହ କରିବା ସହିତ ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସ୍ପଷ୍ଟୀକରଣ ମଧ୍ୟ ଆଣିଥିଲେ। ଯାହାକି ଗତ ଜୁଲାଇ ୫ ତାରିଖରେ ପ୍ରସାରିତ ହୋଇଥିଲା ।

ସେତେବେଳେ ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ ଯେ, ସ୍କୁଲ୍‌କୁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ପଠାଯାଇ ଘଟଣାର ତଦନ୍ତ କରାଯିବ। ହେଲେ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା। ଯେଉଁ ସାମ୍ବାଦିକଙ୍କ ରିପୋର୍ଟ ଆଧାରରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା, ଶେଷରେ ତାଙ୍କ ନାମରେ ଅଭିଯୋଗ ହୋଇଛି। ଏନେଇ ଓଟିଭି ସାମ୍ବାଦିକଙ୍କ ବିରୋଧରେ ଏତଲା ଦେବାକୁ ଗତ ୭ ତାରିଖରେ ପରଜଙ୍ଗ ବିଇଓ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଥିବା ବେଳେ ୮ ତାରିଖରେ ଏ ନେଇ ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିଜେପି ଓ କଂଗ୍ରେସ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ସାମ୍ବାଦିକ ମଧ୍ୟ କଟକଣାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀଙ୍କ କହିଛନ୍ତି ଯେ ଆମେ ଗଣମାଧ୍ୟମର ସହଯୋଗ ଲୋଡୁଛୁ, ୱେବ ଚ୍ୟାନେଲଗୁଡ଼ିକ ସୀମା ଭିତରେ ରହିବା ଆବଶ୍ୟକ।

ଅପରପକ୍ଷେ, ଜୁନ୍ ୨୫ ତାରିଖରେ ଖୋଦ୍ ଗଣଶିକ୍ଷାମନ୍ତ୍ରୀ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ୍ ସ୍କୁଲକୁ ଯାଇ କିଛି ପିଲାଙ୍କୁ ପଣକିଆ ପଚାରିଥିଲେ। ତେବେ ପିଲାମାନେ ଠିକ୍ ଉତ୍ତର ଦେଇନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡିଂ ହେବା ସହ ପ୍ରସାରଣ ମଧ୍ୟ ହୋଇଥିଲା। ହେଲେ ଏବେ କାହିଁକି ଏଭଳି ନିଷ୍ପତ୍ତି ଦିଆଗଲା ପ୍ରଶ୍ନର ଉତ୍ତରକୁ କିନ୍ତୁ ମନ୍ତ୍ରୀ ଏଡ଼ାଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story