‘କୁବେର’ ପୁଅର ଅସଲ ମୁଖା ଖୋଲିଥିଲା ଟାଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିର ଦରିଆରେ ବୁଡ଼ି ରହିଥିବା ଆଇଏଫଏସ ଅଫିସର ଅଭୟ ପାଠକଙ୍କ ସମ୍ପତି ଦେଖି ଭିଜିଲାନ୍ସର ଆଖିପାଉନି। ବେଆଇନ ଭାବେ କୋଟି କୋଟି ଟଙ୍କାର ସମ୍ପତି ହାତେଇଥିବା ପାଠକଙ୍କ ସାମ୍ରାଜ୍ୟର ଥଳକୂଳ ପାଉନି ଭିଜିଲାନ୍ସ। ଖଣି ଖନନ ଭଳି ଯେତେ ଖୋଳିଲେ ସେତେ ବାହାରୁଛି। ଏବେ ତାଙ୍କ ପୁଅ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ଆୟବହିର୍ଭୁତ ସଂପତ୍ତିର ଅଧିକାରୀ ହୋଇଥିବା IFS ଅଭୟକାନ୍ତ ପାଠକଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ବି ଭିଜିଲାନ୍ସ ଚଢ଼ଉ ଜାରି ରହିଛି।  […]

kbc-1

kbc-1

Tapas Behera
  • Published: Thursday, 26 November 2020
  • Updated: 26 November 2020, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିର ଦରିଆରେ ବୁଡ଼ି ରହିଥିବା ଆଇଏଫଏସ ଅଫିସର ଅଭୟ ପାଠକଙ୍କ ସମ୍ପତି ଦେଖି ଭିଜିଲାନ୍ସର ଆଖିପାଉନି। ବେଆଇନ ଭାବେ କୋଟି କୋଟି ଟଙ୍କାର ସମ୍ପତି ହାତେଇଥିବା ପାଠକଙ୍କ ସାମ୍ରାଜ୍ୟର ଥଳକୂଳ ପାଉନି ଭିଜିଲାନ୍ସ। ଖଣି ଖନନ ଭଳି ଯେତେ ଖୋଳିଲେ ସେତେ ବାହାରୁଛି। ଏବେ ତାଙ୍କ ପୁଅ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି।

ଆୟବହିର୍ଭୁତ ସଂପତ୍ତିର ଅଧିକାରୀ ହୋଇଥିବା IFS ଅଭୟକାନ୍ତ ପାଠକଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ବି ଭିଜିଲାନ୍ସ ଚଢ଼ଉ ଜାରି ରହିଛି।  ଏହି ଦୁର୍ନୀତିରେ ସମ୍ପୃକ୍ତ ପୁତୁରା, ପୁଅ ଓ ଡ୍ରାଇଭରକୁ ଅଟକ ରଖି ଭିଜିଲାନସର ପଚରା ଉଟରା କରୁଛି । ଅଭୟକାନ୍ତଙ୍କ ରାଜକୀୟ ଜୀବନ ଶୈଳୀର ଚିଠା ଖୋଲୁଥିଲା ବେଳେ ସେପଟେ ପୁଅ ଆକାଶ ପାଠକଙ୍କ କଳା କାରନାମା ବିରୋଧରେ ପୂର୍ବରୁ ସଙ୍ଗୀନ ଅଭିଯୋଗ ଆସି ଥିଲା । ପୁଅ ଆକାଶ ବିରୋଧରେ କ୍ରାଇମଂବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସି ଥିଲା । ଏନେଇ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇ ଥିଲା ଟାଟା ମୋଟର୍ସ  । ଆକାଶଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ ହୋଇ ଥିଲା ।  ଗତ ୧୮ ମେ’ରେ ଏହି ଅଭିଯୋଗ ଆଣିଥିଲା ଟାଟା।

ଟାଟା ମୋଟର୍ସ ନାଁରେ ଆକାଶ ଫେକ୍ ଆଇ କାର୍ଡ ବ୍ୟବହାର କରିବା ସହ ଚାକିରି ଦେବାକୁ କହି ଠକିଥିବା ଅଭିଯୋଗ ହୋଇ ଥିଲା । ଏମିତିକି ଟାଟା ଆଡମିନିଷ୍ଟ୍ରେଟିଭ ସର୍ଭିସରେ ଅଫିସର ପରିଚୟ ଦେଇ ଦାନୀ ସାଜିଥିଲେ ଆକାଶ। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୫ ଲକ୍ଷ ଟଙ୍କା ଦାନ କରିଥିଲେ ଆକାଶ। ଏହି ଫେକ୍‌ ଆଇଡି ବାବଦରେ ଟାଟା ମଧ୍ୟ ଅଭିଯୋଗ ଆଣିଥିଲା। ଟାଟା ମୋଟର୍ସରେ ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାମ କରୁଥିବା ତ୍ରିଲୋଚନ ମହାନ୍ତି  ଏହି ଅଭିଯୋଗ ଆଣିଥିଲେ। ଏବେ ଏହି ଅଭିଯୋଗର ପତ୍ର ସାମ୍ନାକୁ ଆସିଛି।

ତେବେ ବାପା ଅଭୟକାନ୍ତଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି । ଗ୍ୟାରେଜରେ ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭର୍ଙ୍କ ନାଁରେ ବି ଠୁଳ ହୋଇଛି ବ୍ଲାକମନି।  ଭିଜିଲାନ୍ସ ଚଢ଼ାଉରୁ ଏପରି ଅମାପ ସଂପତ୍ତିର ପତ୍ତା ମିଳିବା ପରେ ବଢ଼ିଛି  ଅଭୟକାନ୍ତ ପାଠକଙ୍କ ଅଡ଼ୁଆ ବଢ଼ିଛି । ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପୁତୁରା ହ୍ରିତେଶ ପାଠକଙ୍କ ଘରୋଇ କ୍ଲିନିକରେ କରାଯାଇଛି ଯାଞ୍ଚ । ତାଙ୍କ ଘରୁ ବାହାରିଥିବା ୫୦ ଲକ୍ଷ ଟଙ୍କାର ହିସାବ ଦେଇପାରୁ ନାହାନ୍ତି ହ୍ରିତେଶ।  ସେହିପରି ଡ୍ରାଇଭର୍ ଠାରୁ ମିଳିଥିବା ୨୦ ଲକ୍ଷ ଟଙ୍କାର ବି ହିସାବ ମିଳୁନି । ଅନ୍ୟପକ୍ଷରେ ପାଠକଙ୍କ ସରକାରୀ କ୍ୱାର୍ଟରରୁ  ୧୦ ଲକ୍ଷ ଟଙ୍କା ଓ ପ୍ରାୟ ୧ କେଜି ସୁନା ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story