‘ଲୋକପାଳଙ୍କୁ ଚିଠି ମାଧ୍ୟମରେ କରିହେବ ଅଭିଯୋଗ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପାଳଙ୍କୁ ୱେବସାଇଟ୍‌ କିମ୍ବା ପତ୍ର ମାଧ୍ୟମରେ କରିହେବ ଅଭିଯୋଗ। ଏଥିପାଇଁ ଖୁବ୍‌ଶୀଘ୍ର ନୂତନ ଫର୍ମାଟ୍‌ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ଲୋକପାଳ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ। ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକପାଳ କହିଛନ୍ତି, ଦୁର୍ନୀତି ନିବାରଣ ଆଇନ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସଂକ୍ରାନ୍ତୀୟ ନିୟମ ଅନୁଯାୟୀ ଅଭିଯୋଗ କରିବାକୁ ପଡ଼ିବ। ଗତ ମାର୍ଚ୍ଚ ମାସରେ ଲୋକପାଳ ଓ […]

justic

Manoranjan Sial
  • Published: Monday, 20 January 2020
  • , Updated: 20 January 2020, 07:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପାଳଙ୍କୁ ୱେବସାଇଟ୍‌ କିମ୍ବା ପତ୍ର ମାଧ୍ୟମରେ କରିହେବ ଅଭିଯୋଗ। ଏଥିପାଇଁ ଖୁବ୍‌ଶୀଘ୍ର ନୂତନ ଫର୍ମାଟ୍‌ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ଲୋକପାଳ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ।

ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକପାଳ କହିଛନ୍ତି, ଦୁର୍ନୀତି ନିବାରଣ ଆଇନ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସଂକ୍ରାନ୍ତୀୟ ନିୟମ ଅନୁଯାୟୀ ଅଭିଯୋଗ କରିବାକୁ ପଡ଼ିବ। ଗତ ମାର୍ଚ୍ଚ ମାସରେ ଲୋକପାଳ ଓ ଏହାର ସଦସ୍ୟଙ୍କ ନିଯୁକ୍ତି ହୋଇଛି। ହେଲେ ଏ ପର୍ଯ୍ୟନ୍ତ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରି ନାହିଁ ଲୋକପାଳ। ଲୋକପାଳଙ୍କ ନିକଟକୁ ଏବେସୁଦ୍ଧା ପ୍ରାୟ ୧ ହଜାର ୧୪୪ ଅଭିଯୋଗ ଆସିଛି। ଏହି ଅଭିଯୋଗ ଗୁଡ଼ିକ ନିୟମ ଅନୁଯାୟୀ ଆସିନଥିବା ସେ କହିଛନ୍ତି। ଏଥିସହ ଆଗାମୀ ଦିନରେ ଲୋକେ ଦୁର୍ନୀତିକୁ ବିରୋଧ କଲେ ବିକାଶ ହୋଇପାରିବ ବୋଲି ମତ ରଖିଛନ୍ତି ଜଷ୍ଟିସ୍ ଘୋଷ।

Related story