‘ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ହୋଇଛି ଆଂଶିକ କରୋନା’

ପୁରୀ(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କୁଆଡ଼େ ଆଂଶିକ କରୋନାରେ ସଂକ୍ରମିତ। ତାଙ୍କଠାରୁ କରୋନା ଜୀବାଣୁ ଅନ୍ୟ କାହା ପାଖକୁ ଯାଇପାରିବ ନାହିଁ। କାରଣ କରୋନା ଜୀବାଣୁ ଭାରି ଦୟାଳୁ। ତାଙ୍କ ଦେହରେ କରୋନା ଜୀବାଣୁ ପ୍ରବେଶ କରିବା ପରେ ତା’ର ଗୋଡ଼ ଓ ହାତ କଟି ଯାଇଛି। ତେଣୁ ମନ୍ତ୍ରୀଙ୍କ ଶରୀରରୁ ଅନ୍ୟ କାହା ଦେହକୁ କରୋନା ଯାଇପାରିବ ନାହିଁ।” ଆଜି ଏପରି ଢ଼ଙ୍ଗରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ […]

pk

pk

Manoranjan Sial
  • Published: Wednesday, 07 October 2020
  • Updated: 07 October 2020, 06:15 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କୁଆଡ଼େ ଆଂଶିକ କରୋନାରେ ସଂକ୍ରମିତ। ତାଙ୍କଠାରୁ କରୋନା ଜୀବାଣୁ ଅନ୍ୟ କାହା ପାଖକୁ ଯାଇପାରିବ ନାହିଁ। କାରଣ କରୋନା ଜୀବାଣୁ ଭାରି ଦୟାଳୁ। ତାଙ୍କ ଦେହରେ କରୋନା ଜୀବାଣୁ ପ୍ରବେଶ କରିବା ପରେ ତା’ର ଗୋଡ଼ ଓ ହାତ କଟି ଯାଇଛି। ତେଣୁ ମନ୍ତ୍ରୀଙ୍କ ଶରୀରରୁ ଅନ୍ୟ କାହା ଦେହକୁ କରୋନା ଯାଇପାରିବ ନାହିଁ।” ଆଜି ଏପରି ଢ଼ଙ୍ଗରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ) ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସମାଲୋଚନା କରିଛନ୍ତି।

ପୁରୀ ସ୍ୱର୍ଗଦ୍ୱାରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶବସତ୍କାର କରାଯାଇଥିଲା। ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ଏଥିରେ ସାମିଲ ହୋଇଥିଲେ। ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ଶ୍ରୀ ମହାରଥୀଙ୍କ ମରଶରୀରରେ ମାଲ୍ୟାର୍ପଣ କରିଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ଆପତ୍ତି ଉଠାଇଥିଲେ। ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ଉପସ୍ଥିତିରେ କେମିତି ସ୍ୱର୍ଗଦ୍ୱାରକୁ ଆସିଲେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇ ଥିଲେ।

ଏନେଇ ପୂର୍ବରୁ ପିକୁ ସମୁଦ୍ରକୂଳ ଥାନାରେ ଏତଲା ଦେବା ପରେ ତାଙ୍କ ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ଦାଶ ମିଛ କଥା ବୋଲି ସଫେଇ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ତାଙ୍କୁ କରୋନା ହୋଇନି, ବରଂ ସେ ଆଶିଂକ କରୋନା ସଂକ୍ରମିତ। ଏପରିକି ତାଙ୍କଠାରୁ କରୋନା ଜୀବାଣୁ କାହାକୁ ସଂକ୍ରମିତ ହୋଇପାରି ନାହିଁ ମନ୍ତ୍ରୀ ତାଙ୍କ ସଫେଇରେ କହିଥିଲେ। ତେବେ ମନ୍ତ୍ରୀଙ୍କ ସଫେଇ କେତେ ସତ, ତାହା ଜାଣିବା ପାଇଁ ଓଡ଼ିଶା ବିଧାନସଭାରୁ ଶ୍ରୀ ପଟ୍ଟନାୟକ କରୋନା ଆକ୍ରାନ୍ତ ତାଲିକା ମଗାଇଥିଲେ।

ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁସାରେ ବିଧାନସଭାରେ ଗତ ୨୭ ତାରିଖରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏଥିରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ରିପୋର୍ଟରେ ଆଂଶିକ କରୋନା ଲେଖାଯାଇ ନାହିଁ କି ନେଗେଟିଭ୍‌ ମଧ୍ୟ ଲେଖାଯାଇନାହିଁ। ତାଙ୍କଠାରୁ ଅନ୍ୟା କାହା ଦେହକୁ କରୋନା ସଂକ୍ରମିତ ହେବ ନାହିଁ ଯାହା ଶ୍ରୀ ଦାଶ କହୁଛନ୍ତି, ତାହା ମଧ୍ୟ ଏଥିରେ ଲେଖାଯାଇ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି-“ମନ୍ତ୍ରୀଙ୍କୁ କରୋନା ହୋଇଛି, ତେଣୁ ସେ ୧୭ ଦିନ ଆଇସୋଲେସନ୍‌ରେ ରହିବେ। ନରହିଲେ ବନ୍ଧା ହେବା ପାଇଁ ଆଇନ୍‌ରେ ବ୍ୟବସ୍ଥା ରହିଛି। ରଥଯାତ୍ରା ବେଳେ ଆମକୁ କରୋନା ନହୋଇ ବନ୍ଧା ହେଲୁ। ହେଲେ ମନ୍ତ୍ରୀଙ୍କୁ କରୋନା ହୋଇଛି, ତାହା ପରେ ମଧ୍ୟ ସେ ହଜାର ହଜାର ଲୋକଙ୍କ ଗହଣରେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ। ମନ୍ତ୍ରୀ କହିଥିବା ମିଛ କଥାର ପ୍ରମାଣ ଆଜି ଏସ୍‌ପିଙ୍କୁ ଦେବାକୁ ଆସିଥିଲି। ତେବେ ଏସ୍‌ପି ନଥିବାରୁ ଅତିରିକ୍ତ ଏସ୍‌ପି ଏହି ତଥ୍ୟକୁ ଗ୍ରହଣ କରିଛନ୍ତି।”

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି-“ଶିକ୍ଷାମନ୍ତ୍ରୀ ଥାଇ ଯଦି ସେ କହୁଛନ୍ତି ତାଙ୍କୁ ଆଂଶିକ କରୋନା ହୋଇଛି, କାହାକୁ ସଂକ୍ରମିତ କଲା ଭଳି ଜୀବାଣୁ ତାଙ୍କ ଶରୀରରେ ନଥିଲା, ସେ ପଜିଟିଭ୍‌ ନଥିଲେ, ସେ ସାମାନ୍ୟ ପଜିଟିଭ୍‌ ଥିଲେ। ତାହାହେଲେ ଏପରି ଶିକ୍ଷାମନ୍ତ୍ରୀ ଶିକ୍ଷା ବିଭାଗକୁ କି ପ୍ରକାର ଦିଗଦର୍ଶନ ଦେଉଥିବେ? ତେଣୁ ମନ୍ତ୍ରୀଙ୍କର ଏପରି ଉକ୍ତିକୁ ଚଳିତବର୍ଷ ପିଲାମାନଙ୍କ ପାଠ୍ୟକ୍ରମରେ ରଖାଯାଉ।”

ସ୍ୱର୍ଗଦ୍ୱାରରେ ଶବ ଦାହ ପାଇଁ ୨୦ରୁ ଅଧିକ ଲୋକ ଯାଇପାରିବେ ନାହିଁ। ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ କେତେ ଲୋକ ଥିଲେ ବୋଲି ଶ୍ରୀ ପଟ୍ଟନାୟକ ପଚାରିଥିଲେ। ଏହାର ଉତ୍ତରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଇଡ୍‌ଲାଇନ୍‌ ଦେଖି ଜବାବ ଦେବେ ବୋଲି କହିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଏତେ ବଡ଼ ଅଫସରଙ୍କୁ ସତରେ କଣ ଗାଇଡ୍‌ଲାଇନ୍‌ ମାଲୁମ ନାହିଁ ନା ଜାଣି ଶୁଣି ନେତା ଓ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରୁଛନ୍ତି। ପୁଲିସ ପ୍ରଶାସନଠାରୁ ନ୍ୟାୟ ନମିଳିଲେ ନ୍ୟାୟଳୟକୁ ଯିବେ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story