ତାଲା ଭାଙ୍ଗି ଲୁଟିନେଲେ କମ୍ପ୍ୟୁଟର

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): କରୋନା ମହାମାରୀ ସମୟରେ ସ୍କୁଲରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଲା ଭାଙ୍ଗୁ ୧୨ଟି କମ୍ପ୍ୟୁଟର ଚୋରି କରିନେଇଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ଅନ୍‌ଲକ୍‌-୧ରେ ଏଥିରେ ସାମାନ୍ୟ କୋହଳ କରିଛନ୍ତି ସରକାର। ଯାହାଫଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିଛି। ମାତ୍ର ପିଲାମାନେ […]

school

school

Manoranjan Sial
  • Published: Monday, 13 July 2020
  • Updated: 13 July 2020, 05:24 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): କରୋନା ମହାମାରୀ ସମୟରେ ସ୍କୁଲରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଲା ଭାଙ୍ଗୁ ୧୨ଟି କମ୍ପ୍ୟୁଟର ଚୋରି କରିନେଇଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ଅନ୍‌ଲକ୍‌-୧ରେ ଏଥିରେ ସାମାନ୍ୟ କୋହଳ କରିଛନ୍ତି ସରକାର। ଯାହାଫଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିଛି। ମାତ୍ର ପିଲାମାନେ ସ୍କୁଲ ଆସୁନାହାନ୍ତି। ଶିକ୍ଷକମାନେ ଆସି ଅଫିସ୍‌ କାମ କରୁଛନ୍ତି। ଅନ୍‌ଲକ୍‌-୧ ପରେ ରାଜ୍ୟ ଅନ୍ୟ ଶିକ୍ଷାଷ୍ଠାନ ପରି ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଦ ହାଇସ୍କୁଲ ଖୋଲି ଥିଲା। ଶିକ୍ଷକମାନେ ଆସି  ଅଫିସ ଆଡ୍‌ମିଶନ୍‌ କାମ କରୁଛନ୍ତି। ତେବେ ଶନିବାର ଓ ରବିବାର ସାପ୍ତାହିକ ଶଟ୍‌ଡାଉନ୍‌ ଥିବାରୁ ସ୍କୁଲ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କମ୍ପ୍ୟୁଟ୍‌ର ଲ୍ୟାବ୍‌ରୁ ୧୨ଟି କମ୍ପ୍ୟୁଟର ଲୁଟି ନେଇଛନ୍ତି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ସେଠୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos