ପୁରୀ, ଗୋପାଳପୁରରେ ଉଗ୍ର ହେଉଛି ସମୁଦ୍ର, ବଦଳାଇ ଦେଲାଣି ନକ୍ସା

ବ୍ରହ୍ମପୁର/ପଟ୍ଟାମୁଣ୍ଡାଇ/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ଉପକୂଳରେ କାହିଁକି କୂଳ ଲଂଘୁଛି ସମୁଦ୍ର ? ନିର୍ଦ୍ଦିଷ୍ଟ ଭାବେ ଅଗଷ୍ଟ-ସେପ୍ଟେମ୍ବରରେ କାହିଁକି ଅଧିକ ଅଶାନ୍ତ ହୋଇ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର ? କେନ୍ଦ୍ରାପଡ଼ାର ସାତଭାୟା ଓ ଜଗତସିଂହପୁରର ଏରସମା ପରେ ଏବେ ଏହି ସମସ୍ୟା ପୁରୀ ଓ ଗୋପାଳପୁରବାସୀଙ୍କ ପାଇଁ ଆତଙ୍କର କାରଣ ପାଲଟିଛି । ଗୋଟିଏ ପଟେ ଲଗାତର ଭାବେ ଜୁଆରର ଏଭଳି ଉଗ୍ର ରୂପ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି […]

90

Tapas Behera
  • Published: Sunday, 18 August 2019
  • , Updated: 18 August 2019, 08:34 PM IST

ବ୍ରହ୍ମପୁର/ପଟ୍ଟାମୁଣ୍ଡାଇ/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ଉପକୂଳରେ କାହିଁକି କୂଳ ଲଂଘୁଛି ସମୁଦ୍ର ? ନିର୍ଦ୍ଦିଷ୍ଟ ଭାବେ ଅଗଷ୍ଟ-ସେପ୍ଟେମ୍ବରରେ କାହିଁକି ଅଧିକ ଅଶାନ୍ତ ହୋଇ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର ? କେନ୍ଦ୍ରାପଡ଼ାର ସାତଭାୟା ଓ ଜଗତସିଂହପୁରର ଏରସମା ପରେ ଏବେ ଏହି ସମସ୍ୟା ପୁରୀ ଓ ଗୋପାଳପୁରବାସୀଙ୍କ ପାଇଁ ଆତଙ୍କର କାରଣ ପାଲଟିଛି ।

ଗୋଟିଏ ପଟେ ଲଗାତର ଭାବେ ଜୁଆରର ଏଭଳି ଉଗ୍ର ରୂପ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇବା ସହ ବେଳାଭୂମି ବ୍ୟବସାୟୀଙ୍କ ଜୀବିକାକୁ ବି ବିପନ୍ନ କରୁଛି।

ପୁରୀ ବେଳାଭୂମି ଖୁବ୍ ଆକର୍ଷଣୀୟ ହୋଇଥିଲେ ବି ଏଠାରେ ଏବେ ସମୁଦ୍ରର ସର୍ବନାଶୀ ରୂପକୁ ନେଇ ଲୋକେ ଆତଙ୍କିତ। ଦୀର୍ଘ ୭ କିଲୋମିଟର ବ୍ୟାପୀ ବେଳାଭୂମିର ଚୈତନ୍ୟ ଛକ, ସ୍ୱର୍ଗଦ୍ୱାର, ବଳିଆପଣ୍ଡା ଓ ସିଟି ରୋଡ୍ ଭଳି ସ୍ଥାନରେ ମାଡ଼ି ମାଡ଼ି ଆସୁଛି ସମୁଦ୍ର। ରାଜ୍ୟର ଅନ୍ୟତମ ପ୍ରମୁଖ ବେଳାଭୂମି ଗୋପାଳପୁରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଗୋପାଳପୁରରେ ଏଇ କିଛି ଦିନ ଭିତରେ କୂଳ-କିନାରାର ନକ୍ସା ବଦଳାଇ ଦେଲାଣି ଶକ୍ତିଶାଳୀ ଜୁଆର।

ପୂର୍ବରୁ ଅଶାନ୍ତ ସମୁଦ୍ର କୂଳ ଡେଇଁ ଜନବସତିକୁ ମାଡ଼ି ଆସିବା ଏବଂ ତା’ ଅତଳ ଗର୍ଭକୁ ସବୁକିଛି ଟାଣିନେବା ଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାତବାସୀ ଅଙ୍ଗେ ନିଭାଇଛନ୍ତି। ଏଠାରେ ସମୁଦ୍ରର କରାଳ କାୟାକୁ ମୁକାବିଲା କରି ନପାରି ଭିଟାମାଟି ଛାଡ଼ିଛନ୍ତି ୭ଟି ଗାଁର ଲୋକେ। ସାତଭାୟା ପରେ ଏବେ ପୁରୀ ଓ ଗୋପାଳପୁରରେ ପ୍ରତିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ବେଳକୁ ନିର୍ଦ୍ଦିଷ୍ଟ ଭାବେ ଅନୁରୂପ ବିପଦ ସୃଷ୍ଟି ହେଉଥିବାରୁ, ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭୂତତ୍ୱବିତ୍। ସମୁଦ୍ର ଅଶାନ୍ତ ଓ ଉଗ୍ର ହୋଇ କୂଳ ଲଂଘିବା ପଛରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ବୋଲି କୁହାଯାଉଛି।

ତେବେ ଗତ କିଛି ବର୍ଷ ଧରି ଓଡ଼ିଶାରେ ଏ ସମସ୍ୟା ବଢ଼ି ଚାଲୁଥିବାରୁ ଏହାର ନିରାକରଣ କିଭଳି କରାଯିବ, ତାହା ହିଁ ବଡ଼ ପ୍ରଶ୍ନ।

Related story