ବିସ୍ଫୋରଣରେ ଭୁଶୁଡ଼ିଗଲା କୋଠଘର; ଦୁଇ ମୃତ, ଜଣେ ଗୁରୁତର

ବାଙ୍କି (ସଞ୍ଜୀବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ବିସ୍ଫୋରଣ ପରେ ଏକ କୋଠଘର ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକ ଦ୍ୱୟ ହେଲେ ପବିତ୍ର ନାଏକ ଓ ମାନସ ନାଏକ। ଆହତଙ୍କ ନାଁ ପରମାନନ୍ଦ ନାଏକ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା।

ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ପୂର୍ବ ଶତ୍ରୁତାକୁ ନେଇ କୋଠଘର ଉପରକୁ ବୋମାମାଡ଼ କରାଯାଇଥିଲା।

ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ କୋଠଘର ଭିତରେ ବୋମା ଭିଡ଼ା ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥାଇପାରେ ଅବା ସେଠାରେ ବୋମା ଥିଲା ଓ କୌଣସି କାରଣରୁ ଫୁଟି ଯାଇଥାଇପାରେ।

ତେବେ ଏଯାଏ କିଛି ସ୍ପଷ୍ଟ ହୋଇନି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Ordigital Desk
• Published: Saturday, 29 September 2018
• Updated: 29 September 2018, 08:11 AM IST

Sports

Latest News

ବାଙ୍କି (ସଞ୍ଜୀବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ବିସ୍ଫୋରଣ ପରେ ଏକ କୋଠଘର ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକ ଦ୍ୱୟ ହେଲେ ପବିତ୍ର ନାଏକ ଓ ମାନସ ନାଏକ। ଆହତଙ୍କ ନାଁ ପରମାନନ୍ଦ ନାଏକ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା।

ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ପୂର୍ବ ଶତ୍ରୁତାକୁ ନେଇ କୋଠଘର ଉପରକୁ ବୋମାମାଡ଼ କରାଯାଇଥିଲା।

ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ କୋଠଘର ଭିତରେ ବୋମା ଭିଡ଼ା ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥାଇପାରେ ଅବା ସେଠାରେ ବୋମା ଥିଲା ଓ କୌଣସି କାରଣରୁ ଫୁଟି ଯାଇଥାଇପାରେ।

ତେବେ ଏଯାଏ କିଛି ସ୍ପଷ୍ଟ ହୋଇନି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos