ଚୋର ପୁଲିସ! ଚାଉଳ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ କନଷ୍ଟେବଳ ଗିରଫ

conestabal arrested for cheating rice shop

police-1

police-1

Tapas Behera
  • Published: Thursday, 06 June 2019
  • Updated: 06 June 2019, 08:19 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ଜଣେ ଚାଉଳ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ କନେଷ୍ଟବଳ ଗିରଫ। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ଚାଉଳ ବ୍ୟବସାୟୀ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ କନଷ୍ଟେବଳ ଲୋକନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଲୋକନାଥ ସମ୍ବଲପୁର ରିଜର୍ଭ ପୁଲିସରେ କନଷ୍ଟେବଳ ଭାବେ ଚାକିରି କରୁଥିଲା। ଗତ ଶନିବାର ଛତିଶଗଡ଼ର ପ୍ରକାଶ ଅଗ୍ରୱାଲ ନାମକ ଜଣେ ଚାଉଳ ବ୍ୟବସାୟୀ ୧ ଲକ୍ଷରୁ ଅଧିକ ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ । କୌଣସି କାରଣରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ କନଷ୍ଟେବଳ ଜଣଙ୍କ ମିଥ୍ୟା ମାମଲା କରିବାକୁ ଧମକାଇ ଲକ୍ଷେ ଟଙ୍କା ନେଇଯାଇଥିଲା। ତେବେ ଘଟଣା ସମ୍ପର୍କରେ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos