ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ମିଛ କହିଛନ୍ତି କି ସରକାର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣକୁ ନେଇ ମିଛ କହିଛନ୍ତି କି ରାଜ୍ୟ ସରକାର? ଆଜି ଏପରି ସନ୍ଦେହ ମନରେ ଉଙ୍କି ମାରୁଛି। କାରଣ ମେଗା ଜଳଯୋଗାଣ ପ୍ରକଳ୍ପ ନେଇ କୌଣସି ରିପୋର୍ଟ ହାଇଦ୍ରାବାଦ ଆଇଆଇଟି ଦେଇନି ବୋଲି ସ୍ପଷ୍ଟ ହୋଇଛି। ଏହାଛଡ଼ା ଏଥିପାଇଁ ଓଡ଼ିଶା ସରକାର କୌଣସି ଆବେଦନ କରିନାହାନ୍ତି ବୋଲି ଆଇଆଇଟି କର୍ତ୍ତୃପକ୍ଷ କହିଛନ୍ତି। ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ)ରେ ହୋଇଥିବା ଆବେଦନ ଆଧାରରେ ହାଇଦ୍ରାବାଦ ଆଇଆଇଟି ଡେପୁଟୀ ରେଜିଷ୍ଟ୍ରାର […]

IIT

IIT

Manoranjan Sial
  • Published: Tuesday, 28 September 2021
  • Updated: 28 September 2021, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣକୁ ନେଇ ମିଛ କହିଛନ୍ତି କି ରାଜ୍ୟ ସରକାର? ଆଜି ଏପରି ସନ୍ଦେହ ମନରେ ଉଙ୍କି ମାରୁଛି। କାରଣ ମେଗା ଜଳଯୋଗାଣ ପ୍ରକଳ୍ପ ନେଇ କୌଣସି ରିପୋର୍ଟ ହାଇଦ୍ରାବାଦ ଆଇଆଇଟି ଦେଇନି ବୋଲି ସ୍ପଷ୍ଟ ହୋଇଛି। ଏହାଛଡ଼ା ଏଥିପାଇଁ ଓଡ଼ିଶା ସରକାର କୌଣସି ଆବେଦନ କରିନାହାନ୍ତି ବୋଲି ଆଇଆଇଟି କର୍ତ୍ତୃପକ୍ଷ କହିଛନ୍ତି। ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ)ରେ ହୋଇଥିବା ଆବେଦନ ଆଧାରରେ ହାଇଦ୍ରାବାଦ ଆଇଆଇଟି ଡେପୁଟୀ ରେଜିଷ୍ଟ୍ରାର ସୟଦ ଅଲ୍ଲୀ ସବିର ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ପରେ ବିବାଦ ତେଜିଛି।

ପରିବେଶ ଉପରେ ପ୍ରତିକୁଳ ପ୍ରଭାବ ପଡିବା ଆଶଙ୍କା କରି ସ୍ଥାନୀୟ ଲୋକେ ପ୍ରକଳ୍ପକୁ ଜୋରଦାର ବିରୋଧ କରୁଥିବା ବେଳେ ଆଇଆଇଟି ରିପୋର୍ଟ ଆଳରେ ଏହାକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଥିଲେ ରାଜ୍ୟ ସରକାର। ତେବେ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ କୌଣସି ରିପୋର୍ଟ ଦିଆଯାଇନଥିବା ହାଇଦ୍ରାବାଦ ଆଇଆଇଟି ସ୍ପଷ୍ଟ କରିବା ପରେ ଆରମ୍ଭ ହୋଇଛି ଦୋଷ ଠେଲାଠେଲି। ଭଦ୍ରକ ଜଳ ଓ ପରିମଳ ବିଭାଗ ସର୍ଭେ ଓ ଅନ୍ୟ ଆନୁସଙ୍ଗିକ ଅନୁମତି କଥା ବୁଝୁଥିଲା ବୋଲି କହିଛନ୍ତି କେନ୍ଦ୍ରାପଡା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ। ସର୍ଭେ ରିପୋର୍ଟରେ କଣ ରହିଛି, ତାକୁ ଅନୁଧ୍ୟାନ କଲା ପରେ ମତାମତ ଦେଇ ହେବ ବୋଲି ସେ କହିଛନ୍ତି।

ପ୍ରକଳ୍ପ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ଇକୋ ସେନ୍ସେଟିଭ୍‌ ଜୋନ୍‌ ମନିଟରିଂ କମିଟି। ଏହି କମିଟିର ଘନଘନ ବୈଠକ ବସିଥିଲା। ତେବେ ପଞ୍ଚମ ବୈଠକରେ ହାଇଦ୍ରାବାଦ ଆଇଆଇଟି ଦ୍ୱାରା ହୋଇଥିବା ପରିବେଶ ଓ ସାମାଜିକ ପ୍ରଭାବ ସଂପର୍କିତ ଏକ ସର୍ଭେ ରିପୋର୍ଟ କମିଟିର ହସ୍ତଗତ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା। ସେହିପରି ପରବର୍ତ୍ତୀ ବୈଠକରେ ରିପୋର୍ଟ ଉପରେ ଆଲୋଚନା ହୋଇଥିବା ଦର୍ଶାଯାଇଥିଲା। ସର୍ଭେ ଓ ଆସେସମେଣ୍ଟ ରିପୋର୍ଟ ଅନୁସାରେ ପ୍ରକଳ୍ପ ହେବା ଦ୍ୱାରା କୌଣସି ବଡ଼ କ୍ଷତି ହେବ ନାହିଁ କି ପରିବେଶ ଉପରେ ପ୍ରତିକୁଳ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ତେବେ ଆଇଆଇଟି ହ୍ରାଇଦ୍ରାବଦ ଏଭଳି କୌଣସି ରିପୋର୍ଟ ଦେଇନଥିବା କହିବା ପରେ ସରକାରଙ୍କ ମିଛ ପଦାରେ ପଡ଼ିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story