ଡଙ୍ଗା ଭସା ଓ ସମୂହ ବୁଡ଼ ପକାଇବା ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଅବା ଜଳାଶୟରେ ଡଙ୍ଗା ଭସା ସହ ବୁଡ଼ ପକାଇବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହାସହିତ କଟକ, ପାରାଦୀପ ଓ ଭୁବନେଶ୍ୱର ଆଦି ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ କଟକଣା ଜାରି ହୋଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶାନାମା ଅନୁସାରେ , ଚଳିତ ନଭେମ୍ବର ୩୦ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ନଦୀଘାଟ […]

kartika

kartika

Manoranjan Sial
  • Published: Tuesday, 24 November 2020
  • Updated: 24 November 2020, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଅବା ଜଳାଶୟରେ ଡଙ୍ଗା ଭସା ସହ ବୁଡ଼ ପକାଇବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହାସହିତ କଟକ, ପାରାଦୀପ ଓ ଭୁବନେଶ୍ୱର ଆଦି ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ କଟକଣା ଜାରି ହୋଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶାନାମା ଅନୁସାରେ , ଚଳିତ ନଭେମ୍ବର ୩୦ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ନଦୀଘାଟ ଓ ଜଳାଶୟ ନିକଟରେ ରୁଣ୍ଡ ହୋଇ ସକାଳୁ ଡଙ୍ଗା ଭସାଇବା ସହ ଗାଧେଇଥାନ୍ତି। ଏହାସହିତ ଉକ୍ତଦିନ କେତେକ ସ୍ଥାନରେ ବାଲିଯାତ୍ରା ମଧ୍ୟ ଆୟୋଜନ ହୋଇଥାଏ। ତେବେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଏସବୁ ଉପରେ କଟକଣା ଜାରି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ-୨୦୧୦ର ଧାରା ୮(୧) ଅନ୍ତର୍ଗତ ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷାରେ ଲୋକମାନେ ଯେଭଳି ରୁଣ୍ଡ ନହେବେ ତା’ ଉପରେ କଟକଣା ଜାରି କରିଛନ୍ତି।

ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଅନ୍ୟାନ୍ୟ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos