୯୪୪ ଜଣଙ୍କ ନାଁରେ ଆସିଥିଲା ଦୁଷ୍କର୍ମ ମାମଲା; ଦଣ୍ଡ ପାଇଲେ ୧୬୯, ନିର୍ଦ୍ଦୋଷ ଖସିଗଲେ ୭୭୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦ୍‌ବେଗ ଜନକ ଭାବେ କମୁଛି ଦଣ୍ଡବିଧାନ ହାର। ବିଭିନ୍ନ ଅପରାଧ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ହ୍ରାସ୍‌ ପାଇଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଗୃହରେ ଉପସ୍ଥାପିତ କ୍ରାଇମ ଇନ ଇଣ୍ଡିଆର ତଥ୍ୟ ଅନୁଯାୟୀ ୨୦୦୯ରେ ରାଜ୍ୟରେ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୧୩.୨ ଥିବା ବେଳେ ୨୦୧୮ରେ ଏହା ହ୍ରାସ ପାଇ ୫.୭ରେ ପହଞ୍ଚିଛି। […]

rape victim

rape victim

Manoranjan Sial
  • Published: Monday, 24 February 2020
  • Updated: 24 February 2020, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦ୍‌ବେଗ ଜନକ ଭାବେ କମୁଛି ଦଣ୍ଡବିଧାନ ହାର। ବିଭିନ୍ନ ଅପରାଧ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ହ୍ରାସ୍‌ ପାଇଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଗୃହରେ ଉପସ୍ଥାପିତ କ୍ରାଇମ ଇନ ଇଣ୍ଡିଆର ତଥ୍ୟ ଅନୁଯାୟୀ ୨୦୦୯ରେ ରାଜ୍ୟରେ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୧୩.୨ ଥିବା ବେଳେ ୨୦୧୮ରେ ଏହା ହ୍ରାସ ପାଇ ୫.୭ରେ ପହଞ୍ଚିଛି। ୨୦୧୯ରେ ରାଜ୍ୟରେ ୯୪୪ ଦୁଷ୍କର୍ମ ମାମଲାରୁ ୧୬୯ ଜଣଙ୍କୁ ଦଣ୍ଡ ବିଧାନ କରାଯାଇଥିବା ବେଳେ ୭୭୫ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।  ଏଠାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୭.୯୦ ପ୍ରତିଶତ ରହିଛି।  ସେହିପରି ହତ୍ୟା ମାମଲାରେ ୨୦୧୯ରେ ୪୬୧ ଅଭିଯୁକ୍ତଙ୍କ ମଧ୍ୟରୁ ମାତ୍ର ୧୩୮ ଜଣଙ୍କୁ ଦଣ୍ଡ ବିଧାନ କରାଯାଇଥିବା ବେଳେ ୩୨୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।  ଏଠାରେ ଦଣ୍ଡ ବିଧାନ ହାର ରହିଛି ୨୯.୯୩ ପ୍ରତିଶତ।

ବିଜେପି ବିଧାୟକ ମୋହନ ମାଝି କହିଛନ୍ତି-“ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିଗିଡ଼ି ଯାଇଛି। ଯେଉଁଥିପାଇଁ ପ୍ରତିଦିନ ରେପ୍‌, ମର୍ଡର ଓ ଚୋରି ହେଉଛି। ସବୁଠାରୁ ଉଦ୍‌ବେଗଜନକ କଥା ହେଉଛି, ରାଜଧାନୀ ଭୁବନେଶ୍ୱରରେ ଦିନ ଦି’ପହରରେ ଚୋରି ଓ ଡକାୟତି ହେଉଛି। ଏଥିରୁ ଜଣାପଡ଼ୁଛି ଅପରାଧ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଛନ୍ତି।”

କଂଗେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି-“ଏପିପି ଓ ପିପିକୁ କ୍ୟାଡ଼ର କରିବାକୁ ୨୦ ବର୍ଷ ହେଲା ରାଜ୍ୟ ସରକାରଙ୍କୁ କହିଆସୁଛୁ। ଯାହାଦ୍ୱାରା ଅପରାଧୀମାନେ ଖସି ପାରିବେ ନାହିଁ। କିନ୍ତୁ ରାଜ୍ୟ ସରକାର ତାହା ନକରି ଖସିବାକୁ ସୁଯୋଗ ଦେଉଛନ୍ତି। ଯେଉଁଥିପାଇଁ ଦଣ୍ଡବିଧାନ ହାର କମୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos