ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ

ଗୁଣପୁର(ଇନ୍ଦ୍ରଜିତ୍‌ କୁମାର ପଣ୍ଡା): ପୂର୍ବତନ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଛି। କଂଗ୍ରେସ କର୍ମୀମାନେ ଆଜି ସକାଳୁ ସକାଳୁ ରାମନାଗୁଡ଼ା ବ୍ଲକ ବାଙ୍ଗି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଡିସେମ୍ୱର ୨୪ ତାରିଖ ରାତିରେ ପୁରୁଷୋତ୍ତମ ଗମାଙ୍ଗ ଘରକୁ ଫେରିବା ବେଳେ ତାଣ୍ଡିକଣା ଛକ ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ପୁରୁଷୋତ୍ତମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି […]

congress

Jyoshna Pradhan
  • Published: Monday, 13 January 2020
  • , Updated: 13 January 2020, 08:19 AM IST

ଗୁଣପୁର(ଇନ୍ଦ୍ରଜିତ୍‌ କୁମାର ପଣ୍ଡା): ପୂର୍ବତନ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଛି। କଂଗ୍ରେସ କର୍ମୀମାନେ ଆଜି ସକାଳୁ ସକାଳୁ ରାମନାଗୁଡ଼ା ବ୍ଲକ ବାଙ୍ଗି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଡିସେମ୍ୱର ୨୪ ତାରିଖ ରାତିରେ ପୁରୁଷୋତ୍ତମ ଗମାଙ୍ଗ ଘରକୁ ଫେରିବା ବେଳେ ତାଣ୍ଡିକଣା ଛକ ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ପୁରୁଷୋତ୍ତମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଏହି ରାସ୍ତାରୋକ କରାଯାଇଛି।

Related story