ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଦୁଇ ଜଣଙ୍କ ଟିକେଟ୍ କଟିଲା

କେନ୍ଦୁଝର (ପ୍ରଣୟ ପାଣି): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି। ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପାଟଣାରେ ଗୋପେଶ୍ୱର ନାଏକଙ୍କ […]

kkk

kkk

Jitendra Garnayak
  • Published: Thursday, 04 April 2019
  • Updated: 04 April 2019, 04:11 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି।

ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି।

ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପାଟଣାରେ ଗୋପେଶ୍ୱର ନାଏକଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଏଠାରେ ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଦଳ କାହିଁକି ପ୍ରାର୍ଥୀ ବଦଳାଇଲା ସେ ନେଇ କିଛି ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ଆଜି ଦଳ ପକ୍ଷରୁ ଖଣ୍ଡପଡ଼ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏଠାରେ ଦଳ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି। ସେହିପରି ପିପିଲି ଓ ଖୋର୍ଦ୍ଧାରେ ଯଥାକ୍ରମେ ଅଜିତ୍ ମଙ୍ଗରାଜ ଓ ସ୍ୱାଗତିକା ପଟ୍ଟନାୟକଙ୍କୁ ଦଳ ଟିକେଟ୍ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos