ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ନାଁରେ ଥାନାରେ ମାମଲା ରୁଜୁ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ଉଲ୍ଲଘଂନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସଭା ଆୟୋଜନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଥାନା ଏକ ମାମଲା ରୁଜୁ ହୋଇଛି। ସରକାରୀ କୋଠାରେ ମନ୍ତ୍ରୀ ଶ୍ରୀ ଦାସଙ୍କ ଝିଅକୁ ସଭା ଆୟୋଜନ କରିବାକୁ କିଭଳି ଅନୁମତି ମିଳିଲା ତା’ର ତଦନ୍ତ ପାଇଁ ମଧ୍ୟ କଂଗ୍ରେସ ଦାବି କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଦାସଙ୍କ […]

naba

Manoranjan Sial
  • Published: Friday, 26 June 2020
  • , Updated: 26 June 2020, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ଉଲ୍ଲଘଂନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସଭା ଆୟୋଜନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଥାନା ଏକ ମାମଲା ରୁଜୁ ହୋଇଛି। ସରକାରୀ କୋଠାରେ ମନ୍ତ୍ରୀ ଶ୍ରୀ ଦାସଙ୍କ ଝିଅକୁ ସଭା ଆୟୋଜନ କରିବାକୁ କିଭଳି ଅନୁମତି ମିଳିଲା ତା’ର ତଦନ୍ତ ପାଇଁ ମଧ୍ୟ କଂଗ୍ରେସ ଦାବି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଦାସଙ୍କ ପରିବାର ସଦସ୍ୟଙ୍କ ନାଁରେ ଗଠିତ ନରସିଂହ-ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଜୁନ୍ ୨୨ତାରିଖରେ ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଖିଦମତ୍ କମିଟି ସହାୟତାରେ ଏହି ସମ୍ବର୍ଦ୍ଧନା ସଭାଟି ମନ୍ତ୍ରୀ ଶ୍ରୀ ଦାସଙ୍କ ଝିଅ ତଥା ତାଙ୍କ ପ୍ରତିନିଧି ଦୀପାଳି ଦାସଙ୍କ ଉପସ୍ଥିତିରେ ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା।

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଝାରସୁଗୁଡ଼ା ଟାଉନ୍ ଥାନାରେ ଉଭୟ ମନ୍ତ୍ରୀ ଶ୍ରୀ ଦାସ ଓ ତାଙ୍କ ଝିଅଙ୍କ ନାଁରେ ଏତଲା ଦିଆଯାଇଛି। ରାଜ୍ୟରେ କୋଭିଡ-୧୯ କଟକଣା ଜାରି ରହିଥିବାବେଳେ କେଉଁ ପରିସ୍ଥିତିରେ ଏକ ବ୍ୟକ୍ତିଗତ ଟ୍ରଷ୍ଟକୁ ସରକାରୀ କୋଠାରେ ସଭା କରିବାକୁ ପ୍ରଶାସନ ଅନୁମତି ଦେଇଥିଲା ଓ ଉକ୍ତ କାର୍ଯ୍ୟକ୍ରମରେ ୪୦ରୁ ୫୦ଜଣ ଲୋକ ଉପସ୍ଥିତ ଥିଲେ ମଧ୍ୟ କାହିଁକିି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି। ମନ୍ତ୍ରୀ ଶ୍ରୀ ଦାସଙ୍କ ଝିଅ ଦ୍ୱାରା ମହାମାରୀ ଆଇନ ଓ କୋଭିଡ୍ ଆଇନକୁ ଖୋଲାଖୋଲି ଉଲ୍ଲଘଂନ ହୋଇଥିଲେ ମଧ୍ୟ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଛି।
ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ନେତା ମହେନ୍ଦ୍ର ନାୟକଙ୍କ ନେତୃତ୍ୱରେ ସୁଖଦେବ ବାଗ, ଭରତ ଅବସ୍ତି, ରାହୁଲ ଠାକୁର, ଉମେଶ ପ୍ରଧାନ, ସିୟାରାମ ଦାସ,ଏମଡି ଶାହରୁଖ ଖାଁ ଓ ପ୍ରଭା ଓରାମ ପ୍ରମୁଖ ଥାନାକୁ ଯାଇ ଏତଲା ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ମନ୍ତ୍ରୀଙ୍କ ଝିଅ ଦୀପାଳି ନିଜର କିଛି ସାଙ୍ଗଙ୍କ ସହ ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ବିବାଦ ଘେରକୁ ଆସିଥିଲେ। ଦୀପାଳି ଏବେ ଝାରସୁଗୁଡ଼ା ଜିଲ୍ଲାରେ ମନ୍ତ୍ରୀ ଶ୍ରୀ ଦାସଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।

Related story