କରୋନା ମୃତ୍ୟୁକୁ ନେଇ ସତ କହୁଛି କିଏ, ସରକାର ନା ମଶାଣୀର ଜୁଇ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଓଡ଼ିଶାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି? ଏହାର ସତ କିଏ କହୁଛି। ସରକାର ସତ କହୁଛନ୍ତି ନା ମଶାଣୀର ଜୁଇ ସତ କହୁଛି। ସରକାରଙ୍କ ପୋର୍ଟାଲ୍‌ ସତ କହୁଛି ନା ମଶାଣୀର ହିସାବ ଖାତା ସତ କହୁଛି। କିନ୍ତୁ କରୋନା ମୃତ୍ୟୁକୁ ନେଇ ସରକାର ଯେଉଁ ହିସାବ ଦେଉଛନ୍ତି, ତାହା ବିଭ୍ରାନ୍ତିକର ଓ ସତ୍ୟ ଉପରେ ଆଧାରିତ ନୁହଁ ବୋଲି ସମାଜସେବୀ ତଥା କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି। ଶ୍ରୀ […]

Corona-Death

Corona-Death

Manoranjan Sial
  • Published: Saturday, 12 June 2021
  • Updated: 12 June 2021, 04:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଓଡ଼ିଶାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି? ଏହାର ସତ କିଏ କହୁଛି। ସରକାର ସତ କହୁଛନ୍ତି ନା ମଶାଣୀର ଜୁଇ ସତ କହୁଛି। ସରକାରଙ୍କ ପୋର୍ଟାଲ୍‌ ସତ କହୁଛି ନା ମଶାଣୀର ହିସାବ ଖାତା ସତ କହୁଛି। କିନ୍ତୁ କରୋନା ମୃତ୍ୟୁକୁ ନେଇ ସରକାର ଯେଉଁ ହିସାବ ଦେଉଛନ୍ତି, ତାହା ବିଭ୍ରାନ୍ତିକର ଓ ସତ୍ୟ ଉପରେ ଆଧାରିତ ନୁହଁ ବୋଲି ସମାଜସେବୀ ତଥା କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି।

ଶ୍ରୀ ଦାସ କହିଛନ୍ତି-“ସରକାରୀ ହିସାବ ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ୩୨୫୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କିନ୍ତୁ ମଶାଣୀ ହିସାବ ଖାତା ଆଉ କିଛି କହୁଛି। ଏଥିରୁ ଜଣାପଡ଼ୁଛି କରୋନା ମୃତ୍ୟୁକୁ ନେଇ ସରକାରଙ୍କ ତଥ୍ୟ ଭ୍ରମାତ୍ମକ। ମେ ୫ରୁ ଜୁନ୍‌ ୧୧ ତାରିଖ ଭିତରେ ରାଜ୍ୟରେ ୧୧୨୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ମେ’୧ରୁ ୧୫ ତାରିଖ ଭିତରେ ୩୯୫ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ତଥ୍ୟ କହୁଛି। ସେହି ସମୟ ଭିତରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ୬୫୦ ଓ କଟକ ସତୀ ଚୌରା ଶ୍ମଶାନରେ ୫୬୦ ଜୁଇ ଜଳିଛି ବୋଲି ଶ୍ମଶାନ ଖାତର ହିସାବ କହୁଛି। ମେ ୧ରୁ ୧୫ ଭିତରେ ଓଡ଼ିଶାର ବିଭିନ୍ନ ଶ୍ମଶାନରେ ପାଖାପାଖି ୨୦୦୦ ଜଣଙ୍କ ମୃତଦେହ ସଂସ୍କାର କରାଯାଇଛି। କିନ୍ତୁ ସରକାରୀ ହିସାବ କହୁଛନ୍ତି ମେ’ ୧ରୁ ୧୫ ତାରିଖରେ ଭିତରେ ୩୯୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ହିସାବରେ ଗ୍ରାମାଞ୍ଚଳରେ ଥିବା ଶ୍ମଶାନ ତଥ୍ୟ ନାହିଁ। କେବଳ ସରକାରଙ୍କ ପଞ୍ଜିକୃତ ଶ୍ମଶାନ ତଥ୍ୟ ରହିଛି। ଯଦି ପ୍ରକୃତ ହିସାବ ଦେଖିବା, ତାହାହେଲେ ବହୁ ଲୋକ କରୋନାରେ ମୃତ୍ୟୁ ବରଣ କରୁଛନ୍ତି। ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ସରକାର ସତ କାହିଁ ଲୁଚାଉଛନ୍ତି?”

[caption id="attachment_650466" align="aligncenter" width="650"]sudarsan-das କଂଗ୍ରେସ ନେତା ସୁଦର୍ଶନ ଦାସ[/caption]

ସେ ଆହୁରି କହିଛନ୍ତି-“ଆର୍‌ଟିଆଇ ତଥ୍ୟ କହୁଛି, ଗତବର୍ଷ ଜାନୁଆରୀରେ ସତ୍ୟ ନଗର ଶ୍ମଶାନରେ ୮୪ ଜଣଙ୍କୁ ପୋଡ଼ା ଯାଇଥିଲା ବେଳେ ସେପ୍ଟେମ୍ୱରରେ ୧୨୮୮ ଜଣଙ୍କ ଶବ ସତ୍କାର କରାଯାଇଥିଲା। ତେବେ ସରକାରୀ ତଥ୍ୟ କହୁଛି, ସେପ୍ଟେମ୍ୱର ମାସରେ ୩୪୨ ଜଣଙ୍କୁ ପୋଡ଼ା ଯାଇଥିଲା। ତେବେ ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁକୁ ନେଇ ସତ କଥା କହୁନାହାନ୍ତି। କୋଭିଡ୍‌ ସମୟରେ ଅଧିକ ମୃତ୍ୟୁ ହେଉଛି। ହେଲେ ଅନ୍ୟ ରୋଗ ଜନିତ ମୃତ୍ୟୁ କହି ସରକାର ଚାପି ଦେଉଛନ୍ତି। ବିହାର ସରକାର ଭଳି କରୋନା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ। ଏଥିପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କରି ସଠିକ ଯାଞ୍ଚ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos