ବିଜେଡି ପରେ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର

ଭୁବନେଶ୍ୱର: ସୋମବାର ବିଜେଡି ପକ୍ଷରୁ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ କଂଗ୍ରେସ ମଧ୍ୟ ଏହି ଦୁଇ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି କ୍ରମରେ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲାବେଳେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ପୂର୍ବରୁ ଅନ୍ୟ ସମସ୍ତ ରାଜ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଆଜି […]

Odisha-Congress-headquarter

Subrat Kumar Nayak
  • Published: Tuesday, 19 March 2019
  • , Updated: 19 March 2019, 01:51 PM IST

ଭୁବନେଶ୍ୱର: ସୋମବାର ବିଜେଡି ପକ୍ଷରୁ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ କଂଗ୍ରେସ ମଧ୍ୟ ଏହି ଦୁଇ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି କ୍ରମରେ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲାବେଳେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

କଂଗ୍ରେସ ପୂର୍ବରୁ ଅନ୍ୟ ସମସ୍ତ ରାଜ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ବାବଦରେ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ବିଜେଡି ୯ଟି ଲୋକସଭା ସହିତ ଏହା ଅନ୍ତର୍ଗତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

ତେବେ ମୋଟ ୨୧ଟି ଲୋକସଭା ଆସନରୁ କଂଗ୍ରେସ ଘୋଷଣା ୬ଟି ଲୋକସଭା କରିଥିବାବେଳେ ଏ ମଧ୍ୟରେ ୩ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନ ରହିଛି। ଅନ୍ୟ ୩ଟିରେ ମଧ୍ୟ କଂଗ୍ରେସ ପୂର୍ବରୁ ଭଲ ଫଳାଫଳ କରିଥିବା ନଜିର ରହିଛି। ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କ ନାମ ରହିଥିବାବେଳେ ସୁନ୍ଦରଗଡ଼ରୁ ଜର୍ଜ ତୀର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଏବଂ ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି କନ୍ଧମାଳ ଆସନ ପାଇଁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବ୍ରହ୍ମପୁର ଆସନ ପାଇଁ ଭି ଚନ୍ଦ୍ରଶେଖର ନାଇଡ଼ୁଙ୍କ ନାମ ରହିଛି।

ସେହିଭଳି ବିଧାନସଭା ଆସନ ବର୍ଗରେ କଂଗ୍ରେସ ମୋଟ ୧୪୭ ଆସନରୁ ୩୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।  ପଦମ୍‌ପୁରରୁ ସତ୍ୟ ଭୂଷଣ ସାହୁ, ବରଗଡ଼ରୁ ନିପନ୍‌ ଦାସ, ଅତାବିରାରୁ ନିହାର ମହାନନ୍ଦ ଏବଂ ବୀରମିତ୍ରପୁରରୁ ରୋହିତ ଯୋଶେଫ୍‌ ତୀର୍କି ଲଢ଼ିବେ। ବରଗଡ଼ରେ ୨୦୦୯ ନିର୍ବାଚନ ଜିତିବା ସହିତ ୨୦୧୪ର ବିଜେତା ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ କଡ଼ା ଟକ୍କର ଦେଇଥିବା ସାଧୁ ନେପାକ୍ ଏଥର ନିରାଶ ହୋଇଛନ୍ତି।

ସେହିଭଳି ରାଜଗାଙ୍ଗପୁରରୁ ସିଏସ୍‌ ରଞ୍ଜନ, ବୀରମହାରାଜପୁରରୁ ବିନୋଦ କୁମାର ପାତ୍ର, ବଲାଙ୍ଗୀରରୁ ନରସିଂହ ମିଶ୍ର, ନୂଆପଡ଼ାରୁ ଘାସିରାମ ମାଝି ଏବଂ ଖରିଆରରୁ ଅଧିରାଜ ପାଣିଗ୍ରାହୀ ଲଢ଼ିବେ।

ଝରିଗାଁରୁ ଉଲଧର ମାଝି, ନବରଙ୍ଗପୁରରୁ ସଦନ ନାୟକ, ଡାବୁଗାଁରୁ ଭୁଜବଳ ମାଝି, ଲାଞ୍ଜିଗଡ଼ରୁ ଶିବାଜୀ ମାଝି, ଧର୍ମଗଡ଼ରୁ ଦିଗମ୍ବର ଦୂରିଆ, ବାଲିଗୁଡ଼ାରୁ ସିମନ୍ ମଲ୍ଲିକ୍, ଫୁଲବାଣୀରୁ କିଶୋର ଚନ୍ଦ୍ର କହଁର, କଣ୍ଟାମାଳରୁ ପ୍ରଶାନ୍ତ ସାହୁ ଏବଂ ଦଶପଲ୍ଲାରୁ ପ୍ରଶାନ୍ତ କୁମାର ନାୟକଙ୍କ ନାମ ଘୋଷଣା କରାଯାଇଛି।

ଭଞ୍ଜନଗରରୁ ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା ପାଇଁ ହରି ଚରଣ ସ୍ୱାଇଁ, କବିସୂର୍ଯ୍ୟନଗରରୁ ବିଜୟ କୁମାର ସାହୁ, ଆସ୍କାରୁ ମନୋଜ କୁମାର ଜେନା, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ ହିଞ୍ଜିଳିରୁ ରାମକୃଷ୍ଣ ପଣ୍ଡାଙ୍କ ନାମ ସ୍ଥାନ ପାଇଛି। ସେହିଭଳି ଗୋପାଳପୁରରୁ ଏସ୍‌ ଧର୍ମରାଜ ରେଡ୍ଡୀ, ବ୍ରହ୍ମପୁରରୁ ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡିରୁ ବିସ୍ମୟା ମହାପାତ୍ର, ଚିକିଟିରୁ ସୁଭାଷ ଚନ୍ଦ୍ର ରାଉତ ଏବଂ ମୋହନାରୁ ଦାଶରଥୀ ଗୋମାଙ୍ଗଙ୍କ ନାମ ଘୋଷଣା କରାଯାଇଛି।

ଗୁଣୁପୁର ଆସନ ପାଇଁ ପୁରୁଷୋତ୍ତମ ଗମାଙ୍ଗଙ୍କ ନାମ ରହିଥିବାବେଳେ ବିଷମ କଟକ ପାଇଁ ନୀଳମାଧବ ହିକ୍କକାଙ୍କ ନାମ ରହିଛି। ଜୟପୁର ପାଇଁ ତାରାପ୍ରସାଦ ବାହିନୀପତି, କୋରାପୁଟ ପାଇଁ କୃଷ୍ଣ ଚନ୍ଦ୍ର କୁଲଦୀପ ଏବଂ ପଟ୍ଟାଙ୍ଗି ପାଇଁ ରାମ ଚନ୍ଦ୍ର କଦମଙ୍କ ନାମ ରହିଛି। ମାଲକାନଗିରି ପାଇଁ ମାଲା ମାଢ଼ିଙ୍କ ନାମ ଏଥିରେ ସ୍ଥାନ ପାଇଥିବାବେଳେ ଚିତ୍ରକୋଣ୍ଡା ଆସନ ପାଇଁ ଲକ୍ଷ୍ମୀପ୍ରିୟା ନାୟକଙ୍କ ନାମ ଏଥିରେ ସ୍ଥାନ ପାଇଛି।

କଂଗ୍ରେସ ଆଜି ମୋଟ ୫୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମଙ୍ଗଳବାର ବିଜେପି ମଧ୍ୟ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ଅଛି। ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ କାରଣରୁ ଏହା ବିଳମ୍ବିତ ହୋଇଥିବା ସୂଚନା ମିଳିଛି।

Related story