କଂଗ୍ରେସର ରଣହୁଙ୍କାର; ୨୫ରେ ଯନ୍ତରମନ୍ତରରେ ଧାରଣା ଦେବ

Ordigital Desk
  • Published: Wednesday, 14 February 2018
  • , Updated: 14 February 2018, 02:38 PM IST
<p>ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଇଁଠାପାଲି ଥାନା ହାଜତ ମୃତ୍ୟୁ ଘଟଣାରେ କଂଗ୍ରେସର ରଣହୁଙ୍କାର। &nbsp;ମୃତ ଯୁବକ ଅବିନାଶ ମୁଣ୍ଡାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛି କଂଗ୍ରେସ। ଏହାସହ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ଦାବି କରିଛି ଦଳ। ଏହି ଦାବି ନେଇ ଆସନ୍ତା ୨୫ରେ ଦିଲ୍ଲୀର ଯନ୍ତରମନ୍ତରରେ ଦଳ ପକ୍ଷରୁ ଧାରଣା ଦିଆଯିବ। ଏହା ସହ ଏ ମାମଲାରେ ରାଷ୍ଟ୍ରପତିଙ୍କୁ ଭେଟି ଫେରାଦ ହେବ।</p> <p>ଆଜି ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରଙ୍କୁ ଭେଟିଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ନବ ଦାସ ଓ ପ୍ରଦୀପ ମାଝି ପ୍ରମୁଖ ଅଇଁଠାପାଲି ଯାଇ ମୃତ ଯୁବକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସାନ୍ତ୍ୱନା ଦେଇଥିଲେ।</p> <p>ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି- ଅଭିନାଶ ମୃତ୍ୟୁ ଘଟଣା ସାରା ଓଡ଼ିଶାକୁ ଚକିତ କରିଦେଇଛି। ଏଥିପାଇଁ ରାଜ୍ୟ ସରକାର ଦାୟୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ସେ ଇସ୍ତଫା ଦେବା ଆବଶ୍ୟକ।</p>

Related story