ଢିଙ୍କିଆରେ ପୁଲିସର ନିର୍ଯାତନା: ସ୍ଥିତି ପରଖିଲା କଂଗ୍ରେସ, ଏନଏଚଆରସିରେ ହେବ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ସାଧାରଣ ଲୋକଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ଓ ନିର୍ଯାତନା ବିରୁଦ୍ଧରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ପାଖରେ କଂଗ୍ରେସ ଫେରାଦ ହେବ। ଆଜି କଂଗ୍ରେସ ପ୍ରଭାରୀ ଏ ଚେଲାକୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଢିଙ୍କିଆ ଗସ୍ତ କରି ସେଠାରେ ପୁଲିସର ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଭେଟିବା ସହ ସମର୍ଥନ ଜଣାଇଥିଲେ। ଢିଙ୍କିଆରେ ସ୍ଥିତି ଅନୁଧ୍ୟାନ ପରେ କଂଗ୍ରେସ ପ୍ରଭାରୀ ଚେଲାକୁମାର କହିଛନ୍ତି ଯେ, ଜମି ମାଫିଆଙ୍କ ସହ […]

Congress

Ordigital Desk
  • Published: Saturday, 22 January 2022
  • , Updated: 22 January 2022, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ସାଧାରଣ ଲୋକଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ଓ ନିର୍ଯାତନା ବିରୁଦ୍ଧରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ପାଖରେ କଂଗ୍ରେସ ଫେରାଦ ହେବ। ଆଜି କଂଗ୍ରେସ ପ୍ରଭାରୀ ଏ ଚେଲାକୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଢିଙ୍କିଆ ଗସ୍ତ କରି ସେଠାରେ ପୁଲିସର ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଭେଟିବା ସହ ସମର୍ଥନ ଜଣାଇଥିଲେ।

ଢିଙ୍କିଆରେ ସ୍ଥିତି ଅନୁଧ୍ୟାନ ପରେ କଂଗ୍ରେସ ପ୍ରଭାରୀ ଚେଲାକୁମାର କହିଛନ୍ତି ଯେ, ଜମି ମାଫିଆଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ରହିଛି । ଶିଳ୍ପ ନାଁରେ ଜମି ଅଧିଗ୍ରହଣ କରି ଚଢ଼ା ମୂଲ୍ୟରେ ଅନ୍ୟକୁ ଦିଆଯାଉଛି । ଏମଓୟୁ ନକରି ମଧ୍ୟ ଜେଏସଡବ୍ଲ୍ୟୁ କିଭଳି ସମ୍ପୃକ୍ତ ଅଂଚଳରେ ପଶିଛି । ପୁଲିସର ବର୍ବରତାକୁ ନିନ୍ଦା କରିବା ସହ ଏହା ବିରୁଦ୍ଧରେ ଏନଏଚଆରସିକୁ କଂଗ୍ରେସ ଯିବ ବୋଲି କହିଛନ୍ତି । ଢିଙ୍କିଆ ଗ୍ରାମବାସୀମାନେ ପୁଲିସର ଆତଙ୍କରାଜ, ଦୌରାତ୍ମ ଅତ୍ୟାଚାର ମଧ୍ୟରେ ଅତିଷ୍ଠ ହୋଇପଡ଼ିଲେଣି । ଲୋକଙ୍କ ସ୍ୱଭାବିକ ଜୀବନ, ଜୀବିକା ଓ ରୋଜଗାର ଆଦି ସବୁକିଛି ବିପନ୍ନ ହୋଇପଡ଼ିଲାଣି । ପୋଲିସର ଅତ୍ୟାଚାର ସୀମା ପାର କରିଛି।

ଶହ ଶହ ଲୋକଙ୍କ ଉପରେ ମିଥ୍ୟା ମକଦ୍ଦମା କରାଯାଇ ତାଙ୍କୁ ଜେଲରେ ପୁରାଯାଇଛି । ଗୋଟେ ପରିବାରର ୫ଜଣଙ୍କୁ ଗିରଫ କରାଯାଇଛି । ପୁଲିସର ଲୋମହଷଣକାରୀ ଘଟଣାବଳୀର ପ୍ରତ୍ୟକ୍ଷ ବର୍ଣ୍ଣନା ଶୁଣି ଚେଲା କୁମାର ଅତ୍ୟନ୍ତ ଭାବବିହ୍ୱଳ ହୋଇଥିଲେ ଏବଂ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ପୁଲିସର ଏପରି ବର୍ବରୋଚିତ ଆକ୍ରମଣର ନିନ୍ଦା କରିଥିଲେ । ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ଏକ ସଭାରେ ଚେଲା କୁମାର ଓ କଂଗ୍ରେସ ଟିମ୍ ସାମିଲ ହୋଇ ନିଜର ସମର୍ଥନ ଜଣାଇଥିଲେ।

କଂଗ୍ରେସ ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ଢ଼ିଙ୍କିଆ ଅଂଚଳରୁ ଅବିଳମ୍ବେ ପୋଲିସ ପ୍ରତ୍ୟାହାର ସହ ଗାଁ ଲୋକଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଥିଲେ । କଂଗ୍ରେସ ଦଳ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରେ ନାହିଁ, ଶିଳ୍ପ ପ୍ରତିଷ୍ଠା ହେଉ କିନ୍ତୁ ଗ୍ରାମବାସୀଙ୍କୁ ଧମକାଇ, ଡରାଇ, ଜୋରଜବରଦସ୍ତ ତାଙ୍କର ଜମି ଛଡ଼େଇ ନେଇ ଶିଳ୍ପ ପ୍ରତିଷ୍ଠା କରାନଯାଉ ବୋଲି ସେ କହିଥିଲେ ।

ଆଜି ଢ଼ିଙ୍କିଆ ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ, ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଲଲାଟେନ୍ଦୁ ମହାପାତ୍ର, ନଟବର ବାରିକ,ଅରିନ୍ଦମ ସର୍ଖେଲ, ଅଭିଶେକ ମହାନନ୍ଦ, ଅଂଶୁମାନ ମହାନ୍ତି,ମନୋଜ ମହାପାତ୍ର, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ବିପ୍ଳବ ଚୌଧୁରୀ, ସୁଭାଷ ଚନ୍ଦ୍ର ପ୍ରଧାନ, ଜଗତ ଜୀବନ ମହାନ୍ତି, ହରପ୍ରସାଦ ବେହେରା ପ୍ରମୁଖ ସାମିଲ ଥିଲେ।

ଏହି ଅବସରରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିଜେଡ଼ି ଏଗନେଷ୍ଟ ଓଡ଼ିଶା ନାମରେ ଟ୍ୱିଟର ଟ୍ରେଣ୍ଡ ଚାଲିଥିଲା ଯାହାକି ସାରା ଭାରତରେ ପଂଚମ ସ୍ଥାନରେ ରହିଛି । ଏଥିରେ ଢ଼ିଙ୍କିଆ ପ୍ରସଙ୍ଗକୁ ହାଇଲାଇଟ କରାଯାଇଥିଲା ।

Related story