ଖଣ୍ଡପଡ଼ାରେ ସୌମ୍ୟ ଓ ସିଦ୍ଧାର୍ଥଙ୍କୁ ଟକ୍କର ଦେବେ ବସନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ ହୋଇଥିବା ବେଳେ କଂଗ୍ରେସ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବେଳେ ଏଠାରେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ୍ […]

election1

Jitendra Garnayak
  • Published: Thursday, 04 April 2019
  • , Updated: 04 April 2019, 01:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ ହୋଇଥିବା ବେଳେ କଂଗ୍ରେସ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବେଳେ ଏଠାରେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୨୩ ତାରିଖରେ ମତଦାନ ହେବ।

ଖଣ୍ଡପଡ଼ାରେ ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜଙ୍କୁ ଛିଡ଼ା କରିଛି।

Related story