କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତକିଛି ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶ୍ରୀ ଗମାଙ୍ଗ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳରୁ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି।ଶ୍ରୀ ଗମାଙ୍ଗ କହିଛନ୍ତି ଯେ, ଦଳ ପକ୍ଷରୁ ତାଙ୍କୁ ଅପମାନିତ କରାଯାଇଛି। ସେ ଦଳ ପାଇଁ ବୋଝ ହୋଇଯାଇଛନ୍ତି ବୋଲି ଅନୁଭବ କରୁଛନ୍ତି। ସେ ଦଳରୁ ଇସ୍ତଫା […]

gamang

gamang

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 12:55 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତକିଛି ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶ୍ରୀ ଗମାଙ୍ଗ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳରୁ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି।ଶ୍ରୀ ଗମାଙ୍ଗ କହିଛନ୍ତି ଯେ, ଦଳ ପକ୍ଷରୁ ତାଙ୍କୁ ଅପମାନିତ କରାଯାଇଛି। ସେ ଦଳ ପାଇଁ ବୋଝ ହୋଇଯାଇଛନ୍ତି ବୋଲି ଅନୁଭବ କରୁଛନ୍ତି। ସେ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ସେ ଆଉ ଦଳକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଥିଲେ ଯେ, ସେ ଏବେ କଂଗ୍ରେସ ଦଳ ଛାଡିଛନ୍ତି ତେବେ କୌଣସି ଅନ୍ୟ ଦଳରେ ଯୋଗ ଦେବା ପାଇଁ ନୁହଁ। ସେ ଏବେ କଂଗ୍ରେସରୁ ମୁକ୍ତ ହୋଇଥିଲେ ମଧ୍ୟ ସକ୍ରିୟ ରାଜନୀତିରେ ରହିବେ ବୋଲି ଗମାଙ୍ଗ କହିଥିଲେ।

ଗମାଙ୍ଗ କଂଗ୍ରେସ ଛାଡିବା ନେଇ ଗତ କିଛି ଦିନ ଧରି ଆଲୋଚନା ହେଉଥିଲା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ସାକ୍ଷାତ ପରେ ଏହି ଆଲୋଚନା ଜୋର ଧରିଥିଲା। ଏହି ଆଲୋଚନାକୁ ଅଧିକ ତେଜିୟାନ କରିଥିଲେ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ। ଶିଶିର କହିଥିଲେ ଯେ, ବାପା ଖୁବଶୀଘ୍ର କଂଗ୍ରେସ ଛାଡୁଛନ୍ତି। ତେବେ ଗମାଙ୍ଗ ଏହାକୁ ଅସ୍ୱୀକାର କରିଥିଲେଏବଂ ଏହା ଶିଶିରଙ୍କ ନିଜସ୍ୱ ମତ ବୋଲି କହିଥିଲେ। ତେବେ ଆଜି ଗିରିଧର ଗମାଙ୍ଗ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ଦଳରୁ ନିଜର ଇସ୍ତଫା କଥା ଘୋଷଣା କରିଛନ୍ତି। ଏହାପରେ ଗିରିଧର ଗମାଙ୍ଗ କୌଣସି ଦଳରେ ଯୋଗ ଦେଉଛନ୍ତି କି ନାହିଁ ତାକୁ ହିଁ ଅପେକ୍ଷା। ଗରିଧାର ଗମାଙ୍ଗ କଂଗ୍ରେସ ଛାଡିବାପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଂସଦ ପ୍ୟାରୀ ମୋହନ କହିଥିଲେ ଯେ, ଗମାଙ୍ଗ ଜଣେ ସ୍ୱାଭୀମାନି ଓ ଦକ୍ଷ ନେତା। ତାଙ୍କ ନେତୃତ୍ୱରେ କଂଗ୍ରେସ ଉନ୍ନତି କରିଥିଲା। ଗମାଙ୍ଗଙ୍କ ଇସ୍ତଫାରେ କଂଗ୍ରେସର କ୍ଷତି ହିଁ ହେବ ବୋଲି କହିଛନ୍ତି ବିଜେଡିର ମୁଖପାତ୍ର ପ୍ରତାପ ଦେବ। ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି ଯେ, ଗମାଙ୍ଗଙ୍କ ଇସ୍ତଫା ନେଇ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ତାଙ୍କୁ ଚକିତ କରିଛି। ସେ କହିଥିଲେ ଯେ, ଇସ୍ତଫାରୁ ଅନୁମାନ କରାଯାଉଛି ଶ୍ରୀଗମାଙ୍ଗ କେତେ ଆଘାତ ପାଇଛନ୍ତି ଓ ଆଗକୁ ଆହୁରୀ ନେତା ଏବଂ କର୍ମୀ କଂଗ୍ରେସ ଛାଡିବେ ବୋଲି ସେ କହିଥିଲେ। ଗମାଙ୍ଗଙ୍କ ଦଳ ଛାଡିବାନେଇ ମତ ରଖିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି ଯେ,ଗିରିଧର ଚାପରେ ଏହି ନିଷ୍ପତ୍ତି ନେଇଛନ୍ତି। ଗିରିଧରଙ୍କ ଏହି ନିଷ୍ପତ୍ତି ତାଙ୍କ ନିଜସ୍ୱ ନୁହଁ ଅନ୍ୟ କାହାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos