ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଲେ ଭକ୍ତ

ଭବାନୀପାଟଣା( ରାଜ କୁମାର ସିଂହ ଦେଓ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜୋରଦାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆସନ୍ତା ୮ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ […]

congress

Tapaswini Nayak
  • Published: Friday, 05 November 2021
  • , Updated: 05 November 2021, 02:52 PM IST

ଭବାନୀପାଟଣା( ରାଜ କୁମାର ସିଂହ ଦେଓ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜୋରଦାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆସନ୍ତା ୮ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ବିରୋଧ କରି କଳାହାଣ୍ଡି ବାସିନ୍ଦା  ଜନତା କର୍ଫ୍ୟୁ ପାଳନ କରନ୍ତୁ। ଏହାସହ ଆସନ୍ତା ୭ ତାରିଖରେ ମମିତାଙ୍କ ଆତ୍ମାର ସଦଗତି, ପାପି ଓ ପାପର ଅନ୍ତ ପାଇଁ ଦିନ ୧୧ଟାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ କଳାହାଣ୍ଡି ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି।  ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତି ଗାଁ ଓ ସହରରେ ନୀରବ ପ୍ରାର୍ଥନା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଭକ୍ତ କହିଛନ୍ତି, ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ଘଟଣାର ସତ୍ୟାସତ ଉନ୍ମୋଚନ କରାଯାଉ ବୋଲି ଓଡ଼ିଶା ବାସୀ ଓ ବିରୋଧୀ ଦଳ ଦାବି କରୁଛନ୍ତି।  ହେଲେ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି।  ମୁଖ୍ୟମନ୍ତ୍ରୀ ଆଠ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀଙ୍କୁ ବାହାଦୁରି ଦେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ନ ଆସି ଭୁବନେଶ୍ୱରେ ରହି ଭିଡ଼ିଓ କନଫେରେସିଂ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରନ୍ତୁ।

ମମିତାଙ୍କୁ ନ୍ୟାୟ ମିଳୁ । କଳାହାଣ୍ତି ଜିଲ୍ଲା କଳଙ୍କିତ ନ ହେଉ ବୋଲି ଭକ୍ତ କହିଛନ୍ତି। ଭକ୍ତ ଦାସଙ୍କ ‌ଆକ୍ଷେପ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related story