ପୁରୀରେ ସ୍ୱାସ୍ଥ୍ୟସେବା ପରଖିଲେ ଗୁଲାମ ନବୀ ଆଜାଦ

ପୁରୀ(ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି ସେନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସ୍ଥିତି ପରଖିଛନ୍ତି। ସେ ଜିଲ୍ଲା ସଦର ଚିକିତ୍ସାଳୟରେ ଆହତଙ୍କୁ ଭେଟି କିଭଳି ଚିକିତ୍ସା ଚାଲିଛି ପଚାରି ବୁଝିଥିଲେ। ଏହାପରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ସରକାରଙ୍କ ଆନ୍ତରିକତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରରେ ଉପା ସରକାର ଥିବା ବେଳେ ପୁରୀରେ ମେଡିକାଲ୍  କଲେଜ ଓ ହସ୍ପିଟାଲ […]

congress

Jyoshna Pradhan
  • Published: Saturday, 11 May 2019
  • , Updated: 11 May 2019, 08:46 AM IST

ପୁରୀ(ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି ସେନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସ୍ଥିତି ପରଖିଛନ୍ତି। ସେ ଜିଲ୍ଲା ସଦର ଚିକିତ୍ସାଳୟରେ ଆହତଙ୍କୁ ଭେଟି କିଭଳି ଚିକିତ୍ସା ଚାଲିଛି ପଚାରି ବୁଝିଥିଲେ। ଏହାପରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ସରକାରଙ୍କ ଆନ୍ତରିକତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।

କେନ୍ଦ୍ରରେ ଉପା ସରକାର ଥିବା ବେଳେ ପୁରୀରେ ମେଡିକାଲ୍  କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ସେ ସୁପାରିଶ କରିଥିଲେ। ହେଲେ ଗତ ସାଢ଼େ ୫ ବର୍ଷ ଭିତରେ ତାହା ସମ୍ଭବ ହୋଇପାରିଲା ନାହିଁ ବୋଲି ଗୁଲାମ ନବୀ କହିଛନ୍ତି। ଏବେବି ପୁରୁଣା କୋଠାରେ ଚିକିତ୍ସା ଚାଲିଥିବା ବେଳେ ଶିଶୁଙ୍କ ପାଇଁ କେବଳ ଗୋଟିଏ ବିଲ୍ଡିଂ କାର୍ଯ୍ୟ କରୁଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ପାଇଁ ସରକାରଙ୍କ କୌଣସି ଆନ୍ତରିକତା ନଥିବା ଗୁଲାମ ନବୀ ଆଜାଦ ଅଭିଯୋଗ କରିଛନ୍ତି। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story