ବିଜେଡି, ବିଜେପି ଭାଇ-ଭାଇ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ବିବାଦ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,“ କେନ୍ଦ୍ର ସରକାର ନିର୍ଲଜ୍ଜତାର ସୀମାପାର ହୋଇଛନ୍ତି। ଲୋକସଭା ଓ ରାଜ୍ୟସଭାରେ ବିଜେଡି ମହାନଦୀ ବିବାଦ ପ୍ରସଙ୍ଗ ଉପସ୍ଥାପନରେ ବିଫଳ ହେବା ସହ ସଂସଦରେ ଉଭୟ ପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିବା ଭଳି ଲାଗୁଥିଲା। ସତେ ଯେମିତି ବିଜେଡି ଓ ବିଜେପି ଭାଇ-ଭାଇ।” ଗଡ଼କରୀଙ୍କ ବିରୋଧରେ ବିଜେଡି କାହିଁକି ସ୍ୱାଧିକାର ଭଙ୍ଗ […]

congress 2

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 02:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ବିବାଦ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,“ କେନ୍ଦ୍ର ସରକାର ନିର୍ଲଜ୍ଜତାର ସୀମାପାର ହୋଇଛନ୍ତି। ଲୋକସଭା ଓ ରାଜ୍ୟସଭାରେ ବିଜେଡି ମହାନଦୀ ବିବାଦ ପ୍ରସଙ୍ଗ ଉପସ୍ଥାପନରେ ବିଫଳ ହେବା ସହ ସଂସଦରେ ଉଭୟ ପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିବା ଭଳି ଲାଗୁଥିଲା। ସତେ ଯେମିତି ବିଜେଡି ଓ ବିଜେପି ଭାଇ-ଭାଇ।”

ଗଡ଼କରୀଙ୍କ ବିରୋଧରେ ବିଜେଡି କାହିଁକି ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲାନି ବୋଲି  ନରସିଂହ ପ୍ରଶ୍ନ କରିଛନ୍ତି। ଏପରିକି ମହାନଦୀ ପାଇଁ ଗଠିତ ଗୃହ କମିଟି ବୈଠକ କାହିଁକି ଡକା ଯାଉନି ବୋଲି ପଚାରିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ କାମ ବନ୍ଦ କଲେ ଆଲୋଚନା ନେଇ ବିଚାର କରିବୁ ବୋଲି କହିଛନ୍ତି ସରକାରୀ ମୁଖ୍ୟ ସଚେତକ ଅମର ଶତପଥୀ।  ସଂସଦରେ ଦୃଢ଼ତାର ସହ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରାଯାଇଛି ଏବଂ ମହାନଦୀ ପ୍ରସଙ୍ଗରେ କୌଣସି ନରମ ମନୋଭାବ ପୋଷଣ କରାଯିବନି ବୋଲି ଅମର କହିଛନ୍ତି।

 

Related story