‘କେନ୍ଦ୍ର ସହାୟତାରେ ଓଡ଼ିଶା ବୋଧେ ସନ୍ତୁଷ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଅମ୍ଫାନ ସହାୟତା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, “କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ପାଖରୁ ଚାହୁଁଥିଲା କ’ଣ,  ଆଉ ମିଳିଲା କ’ଣ? ଯେତିକି ମିଳିଲା ସେଥିରେ ବୋଧେ ଓଡିଶା ସନ୍ତୁଷ୍ଟ? ନିରଞ୍ଜନ କହିଛନ୍ତି,‘ ପ୍ରଧାନମନ୍ତ୍ରୀ ନୈତିକ କର୍ତ୍ତବ୍ୟ କରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ହେଲେ ଆମେ ଜାଣିପାରିଲୁ ନାହିଁ, ଓଡ଼ିଶା ସରକାର ଚାହୁଁଥିଲେ କ’ଣ, ଆଉ ମିଳିଲା […]

niranjan-1

Tapaswini Nayak
  • Published: Saturday, 23 May 2020
  • , Updated: 23 May 2020, 01:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଅମ୍ଫାନ ସହାୟତା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, “କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ପାଖରୁ ଚାହୁଁଥିଲା କ’ଣ,  ଆଉ ମିଳିଲା କ’ଣ? ଯେତିକି ମିଳିଲା ସେଥିରେ ବୋଧେ ଓଡିଶା ସନ୍ତୁଷ୍ଟ?

ନିରଞ୍ଜନ କହିଛନ୍ତି,‘ ପ୍ରଧାନମନ୍ତ୍ରୀ ନୈତିକ କର୍ତ୍ତବ୍ୟ କରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ହେଲେ ଆମେ ଜାଣିପାରିଲୁ ନାହିଁ, ଓଡ଼ିଶା ସରକାର ଚାହୁଁଥିଲେ କ’ଣ, ଆଉ ମିଳିଲା କ’ଣ । ମମତା ଦିଦି ଯେମିତି ମାଗିଛନ୍ତି, ଓଡ଼ିଶା ସରକାର ସେମିତି ମାଗି ନାହାନ୍ତି। କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରି ନାହାନ୍ତି। କାନ୍ଧକୁ କାନ୍ଧ ମିଳାଇ ଚାଲିଛନ୍ତି ।

ସେ କହିଛନ୍ତି,“ ଫଣୀ’ ପଇସା ଏପର୍ଯ୍ୟନ୍ତ ଲୋକ ପାଇଲେ ନାହିଁ। କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେଲେ ବୋଲି ସରକାର ପ୍ରଚାର କଲେ। ହେଲେ ଖୋର୍ଦ୍ଧା ଓ ପୁରୀ ପରି ଅନେକ ସ୍ଥାନରେ ହିତାଧିକାରୀ ପକ୍କା ଘର ପାଇନାହାନ୍ତି। ପକ୍କା ଘର ଦେଇଛନ୍ତି ବୋଲି ସରକାର ଯଦି ପ୍ରଚାର କରୁଛନ୍ତି, ତାହାହେଲେ ଏତେ ସଂଖ୍ୟର କଚ୍ଚା ଘର ଆସିଲା କେଉଁଠି? ସରକାର କଚ୍ଚା ଘର ବାଲାଙ୍କୁ ପଇସା ନ ଦେଇ ପକ୍କା ଘରବାଲାକୁ  ଦେ‌ଇଛନ୍ତି କି?

ସେ ଆହୁରି କହିଛନ୍ତି,“ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ଦେବାକୁ ଫଣୀ ସମୟରେ ମୋଦି କହିଥିଲେ। ନବୀନ କହୁଛନ୍ତି କେନ୍ଦ୍ର ସ୍ଥାୟୀ ସମାଧାନ କରୁ। ହେଲେ ପ୍ରକୃତରେ କିଏ କରିବ? ରାଜ୍ୟ ନା କେନ୍ଦ୍ର। କାହିଁକି ସରକାର ଲୋକମାନଙ୍କୁ ଅନ୍ଧାରରେ ରଖୁଛନ୍ତି। ଖାଲି ପବ୍ଲିସିଟି ପାଇଁ ଏପରି କରାଯାଉଛି।”

ଅନ୍ୟପକ୍ଷରେ ନିରଞ୍ଜନଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ବ୍ଲୁ ପ୍ରିଣ୍ଟ ଦେବା ରାଜ୍ୟର କର୍ତ୍ତବ୍ୟ। ଏ ନେଇ ଗତ ମେ’ମାସରେ ଫଣୀ’ପରେ ମୋଦି ଅନୁରୋଧ କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ଦୁର୍ଗୁଣ ହେଉଛି- ବାତ୍ୟା ପୂର୍ବରୁ ଦେଖାଉଥିବା ସକ୍ରିୟତା, ବାତ୍ୟା ପରେ ରହୁ ନାହିଁ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ରାଜ୍ୟ କାମରେ ଲଗାଇବେ ବୋଲି ଆଶା କରୁଛୁ। ଫଣୀ କ୍ଷତିପୂରଣ ଯୋଗ୍ୟ ଲୋକେ ପାଇଲେନି, ଅଯୋଗ୍ୟ ପାଇଲେ।

Related story