ତିର୍ତ୍ତୋଲ ଉପନିର୍ବାଚନ: ସମର୍ଥକଙ୍କ ସହ ବିଜେପିରେ ମିଶିଲେ ରାଜକିଶୋର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହୋଇଥିବାବେଳେ ଗତକାଲି କଂଗ୍ରେସ ଛାଡ଼ିଥିବା ରାଜକିଶୋର ବେହେରା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେପି ତିର୍ତ୍ତୋଲ ଆସନରୁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ବେହେରାଙ୍କ ସମେତ ତାଙ୍କର ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁରର ପୂର୍ବତନ ବିଧାୟକ କୈଳାସ ମଲ୍ଲିକ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, […]

raj-kisore

raj-kisore

Manoranjan Sial
  • Published: Friday, 18 September 2020
  • Updated: 18 September 2020, 06:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହୋଇଥିବାବେଳେ ଗତକାଲି କଂଗ୍ରେସ ଛାଡ଼ିଥିବା ରାଜକିଶୋର ବେହେରା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେପି ତିର୍ତ୍ତୋଲ ଆସନରୁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ବେହେରାଙ୍କ ସମେତ ତାଙ୍କର ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁରର ପୂର୍ବତନ ବିଧାୟକ କୈଳାସ ମଲ୍ଲିକ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ବିରିତୋଳ ପଂଚାୟତ ସରପଂଚ ରୁକସାନା ବେଗମ୍‌, ମୂଳିସିଙ୍ଗ ପଂଚାୟତ ସରପଂଚ ଅନ୍ନପୂର୍ଣ୍ଣା ବିଶ୍ୱାଳ ଓ ସଭ୍ୟା ଜ୍ୟୋର୍ତିମୟୀ ମହାନ୍ତି, ସଂଯୁକ୍ତା ଜେନା, ରାଣୀ ଚାପେବାର, ବିରିତୋଳ ପଂଚାୟତର ନାଏବ ସରପଂଚ ଅବଦୁଲ୍ କାଦିର ଖାନ୍‌, ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ମିନତୀ ଦଳେଇ, କଟରା ଅଂଚଳର ବରିଷ୍ଠ ନେତା ଅଶୋକ ମଲ୍ଲିକ, ରଶ୍ମୀରଂଜନ ବିଶ୍ୱାଳ,ଲତିଫୁଦ୍ଦିନ, ବନବିହାରୀ ସାମଲ, ମେହେତାବ ଅଲ୍ଲୀ, ନିଆଜ ହକିମ୍‌, ସଦ୍ଦାମ ହୁସେନ୍‌, ସିକନ୍ଦର ଆଲମ ପ୍ରମୁଖ ଏବଂ ଛପଡ଼ାର ପୂର୍ବତନ ସରପଂଚ ଅଲେଖ ନାୟକ, ବରାଗୋଳ ପଂଚାୟତର ପୂର୍ବତନ ସରପଂଚ ବିମଳା ଜେନା, ତରିକୁନ୍ଦର ପୂର୍ବତନ ସରପଂଚ ସୁରେନ୍ଦ୍ର ରାଉତ ଓ ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି।

ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ପୃଥ୍ୱୀରାଜ ହରିଚନ୍ଦନ, ବିଭୂ ତରାଇ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।
ଏହି ମିଶ୍ରଣ ପର୍ବ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜକିଶୋର ବେହେରା କହିଛନ୍ତି ଯେ, ଓଡ଼ିଶା ସମେତ ସାରା ଦେଶରେ କଂଗ୍ରେସ ଏବେ ଜନସାଧାରଣଙ୍କ ଆସ୍ଥା ହରାଇଛି। ଦଳୀୟ ଗୋଷ୍ଠୀକନ୍ଦଳରେ ଛନ୍ଦି ହୋଇ ପଡ଼ିଥିବା କଂଗ୍ରେସ ଏବଂ ଏହାର ନେତୃବୃନ୍ଦ ରାଜ୍ୟର ବିକାଶ ତଥା ଜନହିତ ପ୍ରସଙ୍ଗକୁ ଭୁଲିଯାଇ କେବଳ ସ୍ୱାର୍ଥବାଦୀ ହୋଇ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ଓ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଭାରତବର୍ଷକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos