ହୀରାକୁଦ୍ ଡ୍ୟାମ୍ ପାଣି ଭଳି ହେଉଛି କରୋନା ମ୍ୟାନେଜମେଣ୍ଟ: ସାଲୁଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ରାଜ୍ୟରେ ହେଉଛି କରୋନା ମ୍ୟାନେଜମେଣ୍ଟ। ଦୈନିକ ଯେତିକି ପାଣି ପସୁଛି, ସେତିକି ବାହାରୁଛି । ସେହିଭଳି ଯେତିକି ରୋଗୀ ଆକ୍ରାନ୍ତ ହେଉଛନ୍ତି ସେତିକି ସୁସ୍ଥ ହେଉଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିହ ସାଲୁଜା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଲୁଜା । ଏବେ ସଠିକ୍ ଭାବେ ହିସାବ କଲେ […]

999

Tapas Behera
  • Published: Saturday, 04 July 2020
  • , Updated: 04 July 2020, 03:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ରାଜ୍ୟରେ ହେଉଛି କରୋନା ମ୍ୟାନେଜମେଣ୍ଟ। ଦୈନିକ ଯେତିକି ପାଣି ପସୁଛି, ସେତିକି ବାହାରୁଛି । ସେହିଭଳି ଯେତିକି ରୋଗୀ ଆକ୍ରାନ୍ତ ହେଉଛନ୍ତି ସେତିକି ସୁସ୍ଥ ହେଉଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିହ ସାଲୁଜା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଲୁଜା । ଏବେ ସଠିକ୍ ଭାବେ ହିସାବ କଲେ ରାଜ୍ୟରେ ଏକ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ବାହାରିବେ ।

ସରକାର କେବଳ ବାହାଦୁରି ନେଉଛନ୍ତି। ଆଗାମୀ ଦିନରେ ମୁମ୍ବାଇଠୁ ବି ଦୟନୀତ ସ୍ଥିତି ଓଡ଼ିଶାରେ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସାଲୁଜା। ସେହିଭଳି କରୋନା ମୁକାବିଲା ତରିକାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଜୁଲାଇ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ସରକାର ପୂର୍ବରୁ ଜାଣିଥିଲେ।

ହେଲେ କରୋନା ନେଇ ଘୋଷଣା ହୋଇଥିବା ବିଭିନ୍ନ ଯୋଜନା ଓ ପରିଚାଳନା ନେଇ ସମସ୍ତ କଥା ସରକାର ଭୁଲି ଯାଇଥିବା ଭଳି ଲାଗୁଥିବା ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

Related story