ବ୍ଲକ ପରିସରରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି କଂଗ୍ରେସ ନେତା

ଜଳେଶ୍ୱର(ଅଜିତ ଦାସ): ବ୍ଲକ ଅଫିସ୍‌ ପରିସରରେ ଚାଲିଛି ପାଠ ପଢ଼ା। ଶିକ୍ଷକଙ୍କ ବଦଳରେ କଂଗ୍ରେସ ନେତା ସୁଦର୍ଶନ ଦାସ ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଆଜି ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପରିସରରେ ଦେଖିବାକୁ ମିଳିଛି। ସ୍କୁଲ ବନ୍ଦ ପ୍ରତିବାଦରେ ଏପରି ଅଭିନବ ପ୍ରତିବାଦ କରୁଛି କଂଗ୍ରେସ। ଦାବି ପୂରଣ ନହେବା ଯାଏଁ ସେମିତି ପାଠ ପଢ଼ା ଚାଲିବ ବୋଲି ଜଣାପଡ଼ିଛି। ୨୦ରୁ କମ୍‌ ପିଲା ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରିବା […]

jaleswar block

jaleswar block

Manoranjan Sial
  • Published: Thursday, 04 March 2021
  • Updated: 04 March 2021, 05:28 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ବ୍ଲକ ଅଫିସ୍‌ ପରିସରରେ ଚାଲିଛି ପାଠ ପଢ଼ା। ଶିକ୍ଷକଙ୍କ ବଦଳରେ କଂଗ୍ରେସ ନେତା ସୁଦର୍ଶନ ଦାସ ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଆଜି ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପରିସରରେ ଦେଖିବାକୁ ମିଳିଛି। ସ୍କୁଲ ବନ୍ଦ ପ୍ରତିବାଦରେ ଏପରି ଅଭିନବ ପ୍ରତିବାଦ କରୁଛି କଂଗ୍ରେସ। ଦାବି ପୂରଣ ନହେବା ଯାଏଁ ସେମିତି ପାଠ ପଢ଼ା ଚାଲିବ ବୋଲି ଜଣାପଡ଼ିଛି।

୨୦ରୁ କମ୍‌ ପିଲା ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଜଳେଶ୍ୱର ବ୍ଲକ ପ୍ରଶାସନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୧୦ଟି ସ୍କୁଲ ବନ୍ଦ ହେବ। ସେଥିରୁ ୬ ସ୍କୁଲକୁ ବନ୍ଦ କରିବା ପାଇଁ ନୋଟିସ୍‌ ହୋଇଛି। ଅନ୍ୟ ସ୍କୁଲ ଗୁଡ଼ିକ ବନ୍ଦ ପାଇଁ ପ୍ରକ୍ରିୟାରେ ରହିଛି। ସ୍କୁଲ ଗୁଡିବ ବନ୍ଦ ହେଲେ ପିଲାମାନେ ପଢ଼ିବେ କେଉଁଠି? ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ। ବ୍ଲକ ପ୍ରଶାସନକୁ ଅନୁରୋଧ କରି ନିରାଶ ହେବା ପରେ ସେ ବ୍ଲକ ପରିସରରେ ପିଲାମାନଙ୍କୁ ପଢ଼ାଇଛନ୍ତି। ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।

[caption id="attachment_624492" align="aligncenter" width="650"] Sudarsan Das ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ସୁଦର୍ଶନ ଦାସ[/caption]

କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି-“ଜଳେଶ୍ୱର ବ୍ଲକରେ ୧୦ଟି ସ୍କୁଲ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିରୁ ୬ଟି ସ୍କୁଲ ବନ୍ଦ ପାଇଁ ଚିଠି ଆସିଛି। ଆଉ ୪ଟି ବନ୍ଦ ହେବା ପ୍ରକ୍ରିୟାରେ ରହିଛି। ଏହି ସବୁ ସ୍କୁଲ ଗୁଡ଼ିକୁ ମୁଁ ବ୍ୟକ୍ତିଗତ ଭାବେ ବୁଲି ଦେଖିଛି। ବନ୍ଦ ହେବାଠାରୁ ସ୍କୁଲରୁ ମିଶିବାକୁ ଥିବା ସ୍କୁଲର ଦୂରତା ଗୋଟିଏ ବା ଦୁଇ କିମିରୁ ଅଧିକ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସବୁ ଗାଁରେ ସ୍କୁଲକୁ ଯାବା ପାଇଁ ରାସ୍ତା ନାହିଁ। ସେମାନେ କେମିତି ଏତେ ଦୂର ଅତିକ୍ରମ କରି ସ୍କୁଲ ଯିବେ? ଉଦାହରଣ ସ୍ୱରୂପ ବାଉଁଶବଣୀ ସ୍କୁଲର ପିଲାମାନେ କମାରଶାଳିଆ ସ୍କୁଲକୁ ଯିବେ। ବାଉଁଶବଣୀରୁ କମାରଶାଳିଆ ଦୂରତ୍ୱ ଗୋଟିଏ କିମିରୁ ଅଧିକ ହେବ। ସ୍କୁଲ ବନ୍ଦ ହେବାରୁ ବ୍ଲକ ଅଫିସ୍‌ ଆଗରେ କରୁଛୁ ପାଠ ଶାଳା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ପାଠ ଶାଳା ଚାଲିବ।”

ଜଣେ ଛାତ୍ର କହିଛନ୍ତି-“ଆମ ସ୍କୁଲ ବନ୍ଦ ହୋଇଥିବାରୁ ଆମେ ଏଠାକୁ ପାଠ ପଢ଼ିବାକୁ ଆସିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos