ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ କେମିତି କ୍ଷମତାକୁ ଫେରିବ କଂଗ୍ରେସ। ସେ ନେଇ ରାଜ୍ୟ କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ ହୋଇ ନୀତିନିର୍ଦ୍ଧାରଣ ହୋଇଛି। ଦଳର ଭବିଷ୍ୟତ ରଣନୀତି ନେଇ ବି ବରିଷ୍ଠ ନେତାଙ୍କ ଆଲୋଚନା ହୋଇଛି।
ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତା, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତ ଲୋଡିଛନ୍ତି। ବିଶେଷକରି ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ କଂଗ୍ରେସ ବୁଦ୍ଧିଜୀବୀଙ୍କ ମତ ଲୋଡିଛି। ସୋଶାଲ ମିଡିଆରେ ଯୁବପିଢିଙ୍କୁ ଭ୍ରମିତ କରାଯିବା ସହ ଦେଶର ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଉଛି।
ବୁଦ୍ଧିଜୀବୀଙ୍କ ମତାମତ ନେବା ପରେ ଏନେଇ ଏକ କାଯର୍ୟପନ୍ଥା ତିଆରି କରାଯିବ । ଏହାପରେ ସାରା ଦେଶରେ କ୍ରମାଗତ ଭାବେ ଏହି କର୍ଯ୍ୟକ୍ରମ ଚାଲିବ ବୋଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ।