ଶିକ୍ଷିତ ବେକାରୀରେ ଗଞ୍ଜାମ ଆଗରେ; ମନ୍ତ୍ରୀଙ୍କ ତଥ୍ୟକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ଅଛନ୍ତି। ସମଗ୍ର ରାଜ୍ୟରେ ମୋଟ୍‌ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାରୀ ଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫, ୫୫୬ ଜଣ ଶିକ୍ଷିତ ବେକାର ରହିଛନ୍ତି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେତେ କଣ ପ୍ରତିଶ୍ରୁତି ଦିଆଯାଉଥିଲା। ଏହା ସତ୍ତ୍ୱେ ୯ […]

sura,,,

Manoranjan Sial
  • Published: Saturday, 16 November 2019
  • , Updated: 16 November 2019, 06:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ଅଛନ୍ତି। ସମଗ୍ର ରାଜ୍ୟରେ ମୋଟ୍‌ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାରୀ ଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫, ୫୫୬ ଜଣ ଶିକ୍ଷିତ ବେକାର ରହିଛନ୍ତି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେତେ କଣ ପ୍ରତିଶ୍ରୁତି ଦିଆଯାଉଥିଲା। ଏହା ସତ୍ତ୍ୱେ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାରୀ କେଉଁଠୁ ଆସିଲେ? ମନ୍ତ୍ରୀଙ୍କଠାରୁ ଏହି ଉତ୍ତର ପାଇବା ପରେ କଂଗ୍ରେସ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ସିଧା ହାମ୍‌ଲା କରିଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।

ସୁର ତାଙ୍କ ଆନ୍ଦାଜରେ କହିଛନ୍ତି-“ରାଜ୍ୟରେ ନବୀନ ପଟ୍ଟନାୟକ ଓ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର କେବଳ ଶ୍ଲୋଗାନରେ ମାତିଛନ୍ତି। କାମରେ କିଛି ନାହିଁ। ବେକାରୀ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ତାଲିମ ଦେଇଥିଲେ। ତାହା ଏବେ ପ୍ରହଶନରେ ପରିଣତ ହୋଇଛି। ବର୍ତ୍ତମାନ ସୁଦ୍ଧା ୯୦,୦୦୦ ପିଲାଙ୍କୁ ତାଲିମ ଦେଇଛନ୍ତି। ସେଥିରୁ କେବଳ ୨୦,୦୦୦ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ଆମ ରାଜ୍ୟର ସହରାଞ୍ଚଳରେ ୩୨ ଲକ୍ଷ ବେକାର ଯୁବକ ଓ ଯୁବତୀ ବୁଲୁଛନ୍ତି। ଗାଁ ଗହଳିର ଯୁବକ ଓ ଯୁବତୀଙ୍କୁ ମିଶାଇ ଦେଲେ ବେକାରୀ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଲାଣି। ରାଜ୍ୟରେ ନିଯୁକ୍ତି ସୁଯୋଗ ନାହିଁ, ବେପାର ବଣିଜ ପାଇଁ ବ୍ୟବସ୍ଥା ନାହିଁ, ଚାଷ କରିବାକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ନାହିଁ। ଯେଉଁଥିପାଇଁ ବେକାର ଯୁବକମାନେ ମଦ ପିଇ ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ରେପ୍‌, ମର୍ଡ଼ର ଓ ଡକାୟତ ପରି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ରାଜ୍ୟର ଅବସ୍ଥା ଭୟଙ୍କର ହୋଇ ପଡ଼ିଛି। ଖାଲି ମିଛିମିଛିକା ପ୍ରତିଶ୍ରୁତି ଦେଇ ଠକି ଦେଉଛନ୍ତି। ଆଉ ବେଶୀ ଦିନ ନାହିଁ। ଡଙ୍ଗା ଲିଭିଲିଭି ଯାଉଛି। ମହାରାଷ୍ଟ୍ରରେ ବାଜା ବାଜିଲାଣି। ୨୦୨୪ କଂଗ୍ରେସ କମିଂ।”\

Related story